ପୁରୀରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

0 34

ପୁରୀ :ଚାଲୁଅଛି ଜାତୀୟ ସଡ଼କ ସୁରକ୍ଷା ସପ୍ତାହ (ଜାନୁଆରୀ ୧୧ ରୁ ଜାନୁଆରୀ ୧୭) ୨୦୨୩ । ଆଜି ପଞ୍ଚମ ଦିବସରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ବିରହରେକୃଷ୍ଣପୁର ଛକ ନିକଟରେ ପୁରୀ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଏକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ “ଆମ ବାର୍ତ୍ତା, ସୁରକ୍ଷିତ ଯାତ୍ରା” ଅନୁଷ୍ଠିତ ହୋଇଛି । ପ୍ରାରମ୍ଭରେ ଛକ ନିକଟରେ ଥିବା ସହିଦ ଜୟୀ ରାଜଗୁରୁଙ୍କ ପ୍ରତିମୂର୍ତ୍ତୀରେ ଅଧିକାରୀଙ୍କ ଦ୍ୱାରା ମାଲ୍ୟାର୍ପଣ କରାଯାଇଥିଲା । ଏହି ଅବସରରେ କୁନି ଶିଶୁ କଳାକାର ମାନେ ଝାନ୍ସି ରାଣୀ ଲକ୍ଷ୍ମୀ ବାଇ, ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ ଓ ସୁବାସ ବୋଷଙ୍କ ବେଶରେ ରାସ୍ତାରେ ଯାତାୟାତ କରୁଥିବା ଟ୍ରାଫିକ ନିୟମ ଉଲ୍ଲଙ୍ଘନ କାରି ଗାଡ଼ିଚାଳକ ମାନଙ୍କୁ ସଚେତନ କରିବା ସହ ଏପରି ଭୁଲ ଭବିଷ୍ୟତରେ ନକରିବା ପାଇଁ ତାଗିଦ୍‌ କରିଥିଲେ । ଶିଶୁ କଳାକାର ମାନେ ଗାଡ଼ି ଚଳାଇବା ସମୟରେ ହେଲମେଟ ପିନ୍ଧିବା, ମଦ ପିଇ ଗାଡ଼ି ନ ଚଳାଇବା, ଗାଡ଼ି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନକରିବା ଇତ୍ୟାଦି ଯାତ୍ରୀମାନଙ୍କୁ ମହାପୁରୁଷଙ୍କ ବେଶରେ ଏକ ଭିନ୍ନ ଢ଼ଙ୍ଗରେ ସଚେତନ କରାଇଥିଲେ । ଏହି ଅବସରରେ ଆଞ୍ଚଳିକ ପରିବହନ ଅଧିକାରୀ ରବିନ ପଟ୍ଟନାୟକ ଏବଂ ଟ୍ରାଫିକ ଡି.ଏସ୍‌.ପି ଶ୍ରୀମତୀ ମନୋବ୍ରତା ଶତପଥୀ ଏବଂ ସଦର ଥାନାର କର୍ମଚାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ସହ ଜନସାଧାରଣଙ୍କୁ ଟ୍ରାଫିକ ନିୟମ ସମ୍ପର୍କରେ ସଚେତନ କରାଇଥିଲେ । ଚଳିତ ମାସ ୧୮ ତାରିଖ ଠାରୁ ଜିଲ୍ଲାର ସମସ୍ତ ଥାନା ଅଧୀନରେ ଥିବା ଅଞ୍ଚଳରେ ଜୋରଦାର ଚେକିଂ ହେବା ସହ ନିୟମ ଉଲ୍ଲଂଘନକାରୀ ଗାଡ଼ି ଚାଳକକୁ ଦଣ୍ଡିତ କରାଯିବ ବୋଲି କହିଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =