ଟାଟା ପାୱାର ପକ୍ଷରୁ ଆଚରଣ ଭିତ୍ତିକ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ

0 251

ବାଲିଗୁଡ଼ା: ଟାଟା ପାୱାର ପକ୍ଷରୁ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଗାୟତ୍ରୀ ମନ୍ଦିର ସଭାଗୃହଠାରେ ଆଚରଣ ଭିତ୍ତିକ ସୁରକ୍ଷା ତାଲିମ୍‌ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ତାଲିମ୍‌ଦାତା ପରେଶ୍‌ ପ୍ରସାଦ ମହାପାତ୍ର ଯୋଗଦେଇ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ନିଜ ଆଚରଣ ଓ କାର୍ଯ୍ୟଶୈଳୀରେ ପରିବର୍ତ୍ତନ ଆଣି ଉପଭୋକ୍ତାଙ୍କୁ କିଭଳି ସୁଆଚରଣ କରିବା, ଉପଯୁକ୍ତ ସେବା ଯୋଗାଇବା ଏବଂ ନିଜର ସୁରକ୍ଷା ସହ ଉପଭୋକ୍ତାଙ୍କୁ କିଭଳି ଉପଯୁକ୍ତ ସୁରକ୍ଷା ଯୋଗାଇବା ସେନେଇ ଟାଟା ପାୱାର ଅଧିନରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କୁ ତାଲିମ୍‌ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବାଲିଗୁଡ଼ା ଇଲେକ୍ଟ୍ରି ଡିଭିଜନର ଅତିରିକ୍ତ ଯନ୍ତ୍ରୀ ସଂଗ୍ରାମ କେଶରୀ ସ୍ୱାଇଁଙ୍କ ସମେତ ସମସ୍ତ ବିଦ୍ୟୁତ୍‌ କର୍ମଚାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

18 − 18 =