ଆଇସିସି ଘୋଷଣା କଲା ଟି-୨୦ ବିଶ୍ୱକପର ସର୍ବଶ୍ରେଷ୍ଠ ଦଳ, ଭାରତ ଏହି ତିନି ଖେଳାଳି ସାମିଲ

0 83

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ ତଥା ଆଇସିସି ସୋମବାର ଦିନ ଟି -୨୦ ବିଶ୍ୱକପ ୨୦୨୨ ର ଶ୍ରେଷ୍ଠ ଦଳ ଘୋଷଣା କରିଛି । ଆଇସିସି ମୋଟ ୧୨ ଖେଳାଳିଙ୍କୁ ଟିମ୍‌ ଅଫ୍‌ ଟୁର୍ନାମେଣ୍ଟରେ ସ୍ଥାନ ଦେଇଛି । ଏହି ଦଳରେ ୪ ଜଣ ଖେଳାଳି ଇଂଲଣ୍ଡର ହୋଇଥିବାବେଳେ ଦ୍ୱାଦଶ ଖେଳାଳିଙ୍କ ସମେତ ମୋଟ ୩ ଖେଳାଳି ଭାରତର ରହିଛନ୍ତି । ସେହିପରି ପାକିସ୍ତାନର ଦୁଇ ଖେଳାଳି ସ୍ଥାନ ପାଇଥିବାବେଳେ ନ୍ୟୁଜିଲ୍ୟାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଜିମ୍ବାୱେରୁ ୧-୧ ଖେଳାଳି ଚୟନ କରାଯାଇଛି ।
ଆଇସିସି ଜୋସ୍‌ ବଟଲର ଏବଂ ଆଲେକ୍ସ ହାଲ୍ସଙ୍କୁ ଓପନର୍‌ ଭାବରେ ଚୟନ କରିଛି, ଯେଉଁମାନେ ଟି -୨୦ ବିଶ୍ୱକପ ଟାଇଟଲ ଜିତିବାରେ ଇଂଲଣ୍ଡକୁ ସାହାଯ୍ୟ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଜୋସ୍‌ ବଟଲର୍‌ ଏହି ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି । ଯିଏ କି ନିଜ ଦଳକୁ ଟ୍ରଫି ଦେବାରେ ସକ୍ଷମ ହୋଇଛନ୍ତି । ଟୁର୍ନାମେଣ୍ଟର ଟିମରେ ତିନି ନମ୍ବରରେ ବିରାଟ କୋହଲିଙ୍କ ନାମ ରହିଛି, ଯିଏ ଟୁର୍ଣ୍ଣାମେଣ୍ଟରେ ସର୍ବାଧିକ ରନ୍‌ ସଂଗ୍ରହ କରିଛନ୍ତି ଏବଂ ୬ ଟି ଇନିଂସରେ ମୋଟ ୪ ଅର୍ଦ୍ଧଶତକ ହାସଲ କରିଛନ୍ତି ।
ଚାରି ନମ୍ବର ସ୍ଥାନରେ ସୁର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି, ଯିଏକି କିଛି ଆତସବାଜୀ ଇନିଂସ ସହିତ ସମସ୍ତଙ୍କ ହୃଦୟ ଜିତିଥିଲେ । ପଞ୍ଚମ ସ୍ଥାନରେ ନ୍ୟୁଜିଲ୍ୟାଣ୍ଡର ଗ୍ଲେନ୍‌ ଫିଲିପ୍ସଙ୍କ ନାମ ରହିଛି, ଯିଏ ଏକ ଶତକ ସହିତ ଟୁର୍ନାମେଣ୍ଟରେ ମୋଟ ୨୦୧ ରନ୍‌ ସ୍କୋର କରିଥିଲେ । ଜିମ୍ବାୱେର ସିକନ୍ଦର ରଜା ଦଳର ଷଷ୍ଠ ସଦସ୍ୟ, ଯିଏ ନିଜର ଅଲରାଉଣ୍ଡର ପ୍ରଦର୍ଶନ ସହିତ କ୍ରିକେଟ୍‌ ପ୍ରେମୀଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି । ଜିମ୍ବାୱେ ପାକିସ୍ତାନକୁ ପରାସ୍ତ କରିଥିଲା ।
ଟି-୨୦ ବିଶ୍ୱକପ ୨୦୨୨ ର ଏହି ଦଳରେ ସାତ ନମ୍ବରରେ ପାକିସ୍ତାନର ଶାଦବ ଖାନ ଅଛନ୍ତି, ଯିଏ ବଲ ସହିତ ବ୍ୟାଟ ସହିତ ନିଜ ଦଳ ପାଇଁ ଭଲ ପ୍ରଦର୍ଶନ କରିଥିଲେ । ଅଷ୍ଟମ ସ୍ଥାନରେ ଇଂଲଣ୍ଡର ବୋଲିଂ ଅଲରାଉଣ୍ଡର ସାମ କରନ ଅଛନ୍ତି, ଯିଏକି ପ୍ଲେୟାର ଅଫ ଦ ଟୁର୍ନାମେଣ୍ଟ ମଧ୍ୟ ରହିଛନ୍ତି । ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର ଅନ୍ରିଚ୍‌ ନର୍ଖିଆ ୯ ନମ୍ବରରେ, ଇଂଲଣ୍ଡର ମାର୍କ ଉଡ ୧୦ ନମ୍ବରରେ ଏବଂ ଶାହିନ୍‌ ଶାହା ଆଫ୍ରିଦି ୧୧ ନମ୍ବରରେ ଅଛନ୍ତି । ଦ୍ୱାଦଶ ଖେଳାଳି ଭାବେ ଭାରତ ହାର୍ଦ୍ଦିକ ପାଣ୍ଡ୍ୟା ସ୍ଥାନ ପାଇଛନ୍ତି ।

hiring

ଟି -୨୦ ବିଶ୍ୱକପ ୨୦୨୨ ଆଇସିସି ଦଳ
ଜୋସ୍‌ ବଟଲର୍‌ (ଅଧିନାୟକ) (ଇଂଲଣ୍ଡ)
ଆଲେକ୍ସ ହେଲ୍ସ (ଇଂଲଣ୍ଡ)
ବିରାଟ କୋହଲି (ଭାରତ)
ସୂର୍ଯ୍ୟକୁମାର ଯାଦବ (ଭାରତ)
ଗ୍ଲେନ୍‌ ଫିଲିପ୍ସ (ନ୍ୟୁଜିଲ୍ୟାଣ୍ଡ)
ସିକନ୍ଦର ରଜା (ଜିମ୍ବାୱେ)
ଶାଦବ ଖାନ (ପାକିସ୍ତାନ)
ସାମ୍‌ କୁରାନ୍‌ (ଇଂଲଣ୍ଡ)
ଅନ୍ରିଚ୍‌ ନର୍ଖିଆ (ଦକ୍ଷିଣ ଆଫ୍ରିକା)
ମାର୍କ ଉଡ (ଇଂଲଣ୍ଡ)
ଶାହିନ୍‌ ଆଫ୍ରିଦି (ପାକିସ୍ତାନ)
ଦ୍ୱାଦଶ ଖେଳାଳି – ହାର୍ଦ୍ଦକ ପାଣ୍ଡ୍ୟା (ଭାରତ)

hiranchal ad1
Leave A Reply

Your email address will not be published.

four + fourteen =