ନବାଗତ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

0 39

ଭବାନୀପାଟଣା : ଭବାନୀପାଟଣା ସ୍ଥିତ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ସ୍ନାତକ ବିଭାଗ ୨୦୨୨ ନବାଗତ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ ନବାଗତ ଯୁକ୍ତ ତିନି ପ୍ରଥମ ବର୍ଷ, ବିବିଏ ଓ ବିସିଏର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥି ରୂପେ କଳାହାଣ୍ଡି ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ ଶତପଥୀ ଯୋଗ ଦେଇଥିବା ବେଳେ ଅନ୍ୟତମ ଅତିଥି ରୂପେ ବିକାଶ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଭବାନୀପଟନେର ନିର୍ଦ୍ଦେଶ ଡି. ଶ୍ୟାମ ଯୋଗ ଦେଇଥିଲେ । ଡ଼ି. ରାମକୁମାର ଉତ୍ସବକୁ ପରିଚାଳନା କରିଥିଲେ । ଡ଼ି. ବିଜୟା, ଡ଼ି. ପଦ୍ମିନୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଯୁବରାଜ ନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ଶିକ୍ଷାର ବିକାଶ ହିଁ ମାନବ ସମାଜର ପୂର୍ଣ୍ଣାଙ୍ଗ ବିକାଶ ହୋଇ ପାରିବ ବୋଲି ମୁଖ୍ୟ ଅତିଥି ମତ ପ୍ରକାଶ କରିଥିଲେ । ପରିଶେଷରେ ବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କ ଦ୍ୱାରା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ଦିଗରେ ମହାବିଦ୍ୟାଳୟର ସମସ୍ତ ଶାଖାର ଅଧ୍ୟକ୍ଷ, ଅଧ୍ୟାପିକା, ଅଧ୍ୟାପକଙ୍କ ଆକୁଣ୍ଠ ସହଯୋଗ ଥିଲା ।

hiranchal ad1
Leave A Reply

Your email address will not be published.

twenty − seven =