ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ଶିଶୁ ଦିବସ ପାଳିତ

0 52

ଲୋଇସିଂହା: ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଲୋଇସିଂହାରେ ପ୍ରଧାନ ଆଚାର୍ଯ୍ୟ ସନାତନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶିଶୁ ଦିବସ ପାଳିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ମାନଭଞ୍ଜନ ବହିଦାର ଯୋଗଦେଇ ଶିଶୁ ଦିବସ ବିଷୟରେ ତଥ୍ୟ ରଖିଥିଲେ । ଅତିଥି ପରିଚୟ ଏବଂ ଉଦ୍ଦେଶ୍ୟ କଥନ ଗୁରଜୀ ରସାନନ୍ଦ ତ୍ରିପାଠୀ କରିଥିବା ବେଳେ ଗୁରୁମା ସୁନିତା କର ଏବଂ ଗୁରୁଜୀ କୁନା ବେହେରା ବକ୍ତବ୍ୟ ରଖିଥିଲେ ଧନ୍ୟବାଦ ଅର୍ପଣ କରିଥିଲେ ଗୁରୁମା ବବିତା ମହାଣା । ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମଧ୍ୟ ଚାଚା ନେହେରୁଙ୍କ ବିଷୟରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଶିଶୁବାଟିକା ବିଭାଗର ଶିଶୁ ଶିବିର ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।
ଶିଶୁବାଟିକା ପ୍ରମୁଖ ରଞ୍ଜୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ସମସ୍ତ ଗୁରଜୀ ଗୁରୁମା ଶିଶୁବାଟିକାର ସମସ୍ତ ଛାତ୍ର ଛାତ୍ରୀଙ୍କୁ ନେଇ ହୀରାପୁର ରାଧାକୃଷ୍ଣ ମନ୍ଦିର ଭ୍ରମଣ ଏବଂ ସୁକତେଲ ନଦୀ ଭ୍ରମଣକରିବା ପାଇଁ ନେଇଥିଲେ ।

hiranchal ad1
Leave A Reply

Your email address will not be published.

twelve − 4 =