ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

0 489

ଦଶପଲ୍ଲା : ଆଜି ସମଗ୍ର ଭାରତବର୍ଷରେ ପାଳିତ ହେଉଛି ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମ ଦିବସ ବା ଶିଶୁ ଦିବସ । ଏହି ପରିପ୍ରେକ୍ଷୀରେ ଦଶପଲ୍ଲା ଅଂଚଳର ବହୁ ପୁରାତନ ବିଦ୍ୟାଳୟ ଭାବରେ ଜଣାଶୁଣା ଖମାରସାହି ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁ ବା ଚାଚା ନେହୁରଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି । ଆଜିର ଏହି ପବିତ୍ର ଦିବସରେ ବିଦ୍ୟାଳୟର ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ପଣ୍ଡିତ ନେହେରୁଙ୍କ ଜୀବନୀ, କର୍ତ୍ତବ୍ୟନିଷ୍ଠା, ଦେଶଭକ୍ତି ବିଷୟରେ ବିସ୍ତ୍ରୁତ ଭାବରେ ବୁଝାଇବା ସହିତ ଚାଚା ନେହେରୁ କିପରି ଶିଶୁ ମାନଙ୍କୁ ଭଲ ପାଉଥିଲେ ସେ ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକ୍ତୃତା, ତର୍କ, ସଂଗୀତ ଓ ଚିତ୍ରାଙ୍କନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ ସଭା ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଜୟଦେବ ମିଶ୍ର ଚାଚା ନେହେରୁଙ୍କ ଜୀବନ ଦର୍ଶନ ଉପରେ ଛାତ୍ରଛାତ୍ରୀ ମାନଙ୍କୁ ପୁଙ୍ଖନୁପୁଙ୍ଖ ଭାବରେ ବୁଝାଇବା ସହିତ,ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏକ ସୁନ୍ଦର ଦେଶ ଗଠନରେ ସହାୟକ ହେବାପାଇଁ ପ୍ରେରଣା ପ୍ରଦାନ କରିଥିଲେ । ଏହି ସଭାରେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ମଞ୍ଜୁଶ୍ରୀ ମହାପାତ୍ର, କୁମୁଦିନି ଦେଇ,ସତରୁପା ପ୍ରଧାନ,ମମତା ବେହେରା, ସଞ୍ଜୁକ୍ତା ବେହେରା, ସସ୍ମୀତା ସଡଙ୍ଗୀ, ବାସନ୍ତମଞ୍ଜରି ବେହେରା, ସୁରଜ କହଁର, ତନ୍ମୟ ପତି, ରୋଜନା ପ୍ରଧାନ, ଅଶୋକ କୁମାର ପଣ୍ଡା, ଶୁଭ୍ରାଂଶୁ ଶେଖର ସାହୁ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀ ମାନଙ୍କୁ ଚାଚା ନେହେରୁଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ପ୍ରେରଣା ଦେଇଥିଲେ ।

hiranchal ad1
Leave A Reply

Your email address will not be published.

two × 4 =