ମର୍ନିଙ୍ଗ ୱାକର୍ସ ସଂଗଠନ ପକ୍ଷରୁ ଇଂରାଜୀ ନବବର୍ଷ ପାଳିତ

0 40

ସୁବର୍ଣ୍ଣପୁର : ସୋନପୁର ସ୍ମାର୍ଟ ପାର୍କ ଠାରେ ଇଂରାଜୀ ନବ ବର୍ଷ ପାଳନ କରାଯାଇଥିଲା । ସୁବର୍ଣ୍ଣପୁର ଏସପି ଅମରେଶ ପଣ୍ଡା , ପୌରାଧ୍ୟକ୍ଷା ତାମସୀ ତାମସ୍ମୀତା ନାଏକ ଅତିଥି ଭାବରେ ଯୋଗ ଦେଇ ମର୍ନିଙ୍ଗ ୱାକର୍ସଙ୍କ ସମାବେଶ ଓ ଏକତାକୁ ବଜାୟ ରଖିବାକୁ ପରାମର୍ଶ ଦେଇଥିଲେ । ଏ ଅବସରରେ ସମସ୍ତେ ଗାଡି ଚଳାଇଲାବେଳେ ସର୍ବଦା ହେଲମେଟ ଲଗାଇ ନିଜ ଅମୂଲ୍ୟ ଜୀବନକଚୁ ରକ୍ଷା କରିବାକୁ ଏବଂ ରକ୍ତଦାନ କ୍ଷେତ୍ରରେ ସମସ୍ତ ନୂତନ ଯୁବ ପିଢୀ ଆଗେଇ ଆସି ଆମ ଜ଼ିଲ୍ଲାର ନାଁକୁ ସ୍ୱତନ୍ତ୍ର ସ୍ଥାନରେ ନାମିତ କରିବାକୁ ଆଜିର ଏହି ନୂଆଁ ବର୍ଷର ପ୍ରଥମ ଦିନରେ ସମସ୍ତେ ସଂକଳ୍ପ ନେବାକୁ ନିବେଦନ କରିଥିଲେ । ଦିଲ୍ଲୀପ ପାତ୍ର ସମସ୍ତଙ୍କୁ ସ୍ୱାଗତ କରିବା ସହ ନିଜକୁ ଫିଟ୍‌ ଏଣ୍ଡ ଫାଇନ ରଖିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ମତ ରଖିଥିଲେ । ଅନ୍ୟତମ ଅତିଥି ଭାବରେ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ନାଏକ ତାଙ୍କ ବକ୍ତବ୍ୟରେ ଏହି ପାର୍କର ଯତ୍ନ ଓ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ବୋଲି କହି ଏହିପରି ଆୟୋଜନ ଦ୍ୱାରା ସୁସ୍ଥ ଭାରତ ସମୃଦ୍ଧ ଭାରତର ବାର୍ତ୍ତା ପହଂଚୁ ବୋଲି କହିଥିଲେ । ସହରର ଅଗ୍ରଣୀ ଅନୁଷ୍ଠାନ ସ୍ୱଚ୍ଛ ଭାରତ ସଙ୍ଗଠନର କର୍ମକର୍ତ୍ତା ଏହି ସମାବେଶରେ ସ୍ୱଚ୍ଛତା, ରକ୍ତଦାନ, ପରିବେଶ ସୁରକ୍ଷା, ସଡକ ସୁରକ୍ଷା ଓ ନିଶା ନିବାରଣ ଉପରେ ପ୍ଲା କାର୍ଡ ପ୍ରଦର୍ଶନ କରାଇ ସମାଜକୁ ସଚେତନତା ବାର୍ତ୍ତା ଦେଇଥିଲେ । ଅବକାରୀ ଅଧିକ୍ଷୀକା ସୁମତି ତ୍ରିପାଠୀ ମଧ୍ୟ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇ ନିଶାସକ୍ତ ଅବସ୍ଥାରେ ଗାଡ଼ି ନ ଚଲାଇବାକୁ ପରାମର୍ଶ ଦେଇଥିଲେ । ପରେ ଉପସ୍ଥିତ ଅତିଥି ମାନଙ୍କ ସହ ଅନୁଷ୍ଠାନର କର୍ମକର୍ତ୍ତା ଜିଲ୍ଲା ସଦର ଡାକ୍ତରଖାନା, ମାତୃ ଓ ଶିଶୁ ହସପିଟାଲ ଓ ସହରର ଶାନ୍ତି କୁଟିରରେ ଫଳ ବଣ୍ଟନ କରିଥିଲେ । ଏ ଅବସରରେ ସମାଜସେବୀ ସମୀର ଖଟୁଆଙ୍କ ପ୍ରଦତ୍ତ ଶୀତବସ୍ତ୍ର ଶାନ୍ତି କୁଟୀରର ଅନ୍ତେବାସୀଙ୍କୁ ପ୍ରଦାନ କରାଯାଇଥିଲା । ସାମ୍ବାଦିକ ମନୋରଞ୍ଜନ ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜ଼ିଲ୍ଲା ଖାଉଟି ଓ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ, ଅଭିମନ୍ୟୁ କୁଶଳ,ଜିତେନ୍ଦ୍ର ପଟ୍ଟନାୟକ, ଜନ୍ମେଜୟ ପାତ୍ର, ଶେଷ ଦେବ ମେହେର, ରାଜକିଶୋର ତ୍ରିପାଠୀ, ସୁଧାଂଶୁ ସାହୁ, ସନ୍ତୋଷ ନାଏକ, ଆନନ୍ଦ ପାତ୍ର , ମନୋଜ ପଣ୍ଡା, ରମେଶ ଚନ୍ଦ୍ର ଜେନା, ସନ୍ତୋଷ ମେହେର ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଜିଲ୍ଲାର ବିଶିଷ୍ଟ ସାହାନାଇ ବାଦକ ଫକୀର ପ୍ରଧାନ ଏ ଅବସରରେ ସାହାନାଇ ବାଦନ କରି ସମସ୍ତଙ୍କୁ ଅଭିଭୂତ କରିଥିଲେ ।

hiranchal ad1
Leave A Reply

Your email address will not be published.

five × one =