ବିମୁଦ୍ରାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା : ସୁପ୍ରିମକୋର୍ଟ

0 84

ନୂଆଦିଲ୍ଲୀ : ୨୦୧୬ ନଭେମ୍ବର ୮ରେ ଦେଶରେ କାର୍ଯ୍ୟକାରୀ କରାଯାଇଥିବା ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି ସୁପ୍ରିମକୋର୍ଟଙ୍କ ରାୟ ଶୁଣାଇଛନ୍ତି । ସୁପ୍ରିମକୋର୍ଟଙ୍କ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ସୋମବାର ନିଜ ରାୟରେ ବିମୁଦ୍ରାୟନ ନିଷ୍ପତ୍ତି ଠିକ୍ ଥିଲା ବୋଲି କହିଛନ୍ତି । ବିମୁଦ୍ରାୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ନ ଥିଲା ବୋଲି ସାମ୍ବିଧାନିକ ପୀଠ କହିଛନ୍ତି। ଏହା ସହ ବିମୁଦ୍ରାୟନ ସଂପର୍କୀତ ସମସ୍ତ ମାମଲାକୁ ଅଦାଲତ ଖାରଜ କରି ଦେଇଛନ୍ତି। ଗତ ଡିସେମ୍ବର ୭ ତାରିଖରେ ସୁପ୍ରିମକୋର୍ଟରେ ମାମଲାର ଶେଷ ଶୁଣାଣି କରାଯାଇଥିଲା। ପରେ ସର୍ବୋଚ୍ଚ ଅଦାଲତ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ। ତେବେ ଆଜି ମାମଲାର ଚୁଡାନ୍ତ ରାୟ ପ୍ରକାଶ କରିଛନ୍ତି।

hiranchal ad1
Leave A Reply

Your email address will not be published.

18 − 8 =