ଗଜପତି ଜିଲ୍ଲା ଶିକ୍ଷା ବିକାଶ ସଂଘ ଆନୁକୁଲ୍ୟରେ କର୍ମଶାଳା

0 70

ପାରଳାଖେମୁଣ୍ଡି : ଜିଲ୍ଲା ଶିକ୍ଷା ବିକାଶ ସଂଘ ପ୍ରତିଷ୍ଠାତା ତଥା ମୁଖ୍ୟ ପ୍ରାଧ୍ୟାପକ ରାମଚନ୍ଦ୍ର ଦଳାଇଙ୍କ ପରିଚାଳନାରେ ଏକ କର୍ମଶାଳା ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଅନୁଷ୍ଠିତ ହୋଇସାରିଛି । ଗଜପତି ସାହିତ୍ୟ ଏକାଡେମୀର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ମୁଖ୍ୟବକ୍ତା ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା, ସମ୍ମାନିତ ଅତିଥି ଭାଗବତ ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ଉପସ୍ଥିତ ରହି ଗଜପତିର ପ୍ରାଥମିକଠାରୁ ମାଧ୍ୟମିକ ଶିକ୍ଷାର ଶିକ୍ଷାର ପ୍ରଗତି ଓ ଦୁର୍ଗତିର ତର୍କ ମାଧ୍ୟମରେ କହିଥିଲେ । ବି.ଏଡ୍‌, ଆଇନ ମହାବିଦ୍ୟାଳୟ, ସରକାରୀ ଫାର୍ମାସୀ ବିଦ୍ୟାଳୟ ଠକ୍ଷରୁ ଆରମ୍ଭ କରି ତୃଣମୂଳ ପ୍ରାଥମିକ ପର୍ଯ୍ୟନ୍ତ ବିକାଶର ପଥ କିଭଳି ହୋଇପାରିବ ତାହା ଆଲୋଚନା କରାଯାଇଥିଲା । ଆଗାମୀ ଦିନରେ ଏକ ବୈଠକରେ ଏକ ନିର୍ବାଚନ ମାଧ୍ୟମରେ ସଂଘ ଗଠିତ ହେବ ବୋଲି ଆବାହକ ଦଳାଇ କହିଛନ୍ତି । ଶେଷରେ ଅଧ୍ୟାପକ ସୌଦାଗର ସିଅ ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

17 − thirteen =