ମହାନଦୀ ସାହିତ୍ୟ ସଂସଦ ପକ୍ଷରୁ ସ୍ୱଭାବ କବି ଜୟନ୍ତୀ ପାଳିତ

0 72

ସୁବର୍ଣ୍ଣପୁର:ଶ୍ରାବଣ ପୂର୍ଣ୍ଣିମା ଅବସରରେ ଜିଲ୍ଲା ସଂସ୍କୃତି ଭବନଠାରେ ମହାନଦୀ ସାହିତ୍ୟ ସଂସଦ ଏବଂ ଜିଲ୍ଲା ସଂସ୍କୃତି ପରିଷଦର ମିଳିତ ଆନୁକୂଲ୍ୟରେ ସ୍ୱଭାବ କରି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଛି । ଏହି ଅବସରରେ ସଂସ୍କୃତି ଗବେଷକ ମେହେର ସାହିତ୍ୟର ପ୍ରଗଳ୍ଭ ବକ୍ତା ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କବିଙ୍କ ବିଭିନ୍ନ କାବ୍ୟ ଉପରେ ସାର ଗର୍ଭକ ଆଲୋଚନା କରିଥିଲେ । ସୁବର୍ଣ୍ଣପୁରର ଇଷ୍ଟଦେବୀ ମା ସୁରେଶ୍ୱରୀ, ପ୍ରଭୁ ସୁବର୍ଣ୍ଣମେରୁ, ଲଙ୍କେଶ୍ୱରୀ ଗଣ୍ଡ, ପାପକ୍ଷୟ ଘାଟ, ବିନିକାର ଲୁଗା ତଥା ମହାନଦୀ ଆଦିକୁ ଅତି ସୁନ୍ଦର ଢଙ୍ଗରେ ନିଜ କାବ୍ୟରେ ଚିତ୍ରଣ କରିଛନ୍ତି ସ୍ୱଭାବ କବି ଗଙ୍ଗାଧର ମେହେର । ସେ ଥିଲେ ପ୍ରକୃତିର ଉପାସକ । ପ୍ରକୃତିର ପ୍ରତ୍ୟେକ ଦୃଶ୍ୟରାଜିକୁ ଅତି ତିଖ୍‌ଣ ନଜରରେ ଦେଖି ନିଖୁଣ ଭାବେ ବର୍ଣ୍ଣନା କରିବାରେ ସେ ସିଦ୍ଧହସ୍ତ ଥିଲେ ବୋଲି ଡାକ୍ତର କୃଷ୍ଣ କେଶବ ଷଡଙ୍ଗୀ କହିଛନ୍ତି । ବିଭିନ୍ନ ଗ୍ରନ୍ଥରାଜିରେ କିଭଳି ସୁବର୍ଣ୍ଣପୁର ମାଟିକୁ କବି ଗଙ୍ଗାଧର ଏକ ସ୍ୱତନ୍ତ୍ର ସ୍ଥାନ ଦେଇଥିଲେ ତାର ଅବତାରଣା କରି କବିଙ୍କ ବିଭିନ୍ନ ଲେଖନୀର ଉଦାହରଣ ଦେଇ ଦୀର୍ଘ ଏକ ଘଣ୍ଟା ଯାଏଁ ସେ ଅଭିଭାଷଣ ରଖିଥିଲେ । ନିଜର ବକ୍ତବ୍ୟ ମାଧ୍ୟମରେ ହଜାର ହଜାର ଲୋକଙ୍କୁ ବହୁ ସମୟ ଯାଏଁ ସେ ବାନ୍ଧି ରଖି ପାରିଥିଲେ । ଏହି ସମାରୋହରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜେନ୍ଦ୍ର କୁମାର ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମହାନଦୀ ସାହିତ୍ୟ ସଂସଦର ସଭାପତି ଶ୍ୟାମାଓଁ ପ୍ରସାଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜୟନ୍ତୀ ସଭାରେ ସଂପାଦକ ଡଃ ସୌରଭ ରଞ୍ଜନ ଖମାରୀ ସଂଯୋଜନା କରିଥିବା ବେଳେ ଉପସଭାପତି ଡଃ ପୁରୁଷୋତ୍ତମ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ସହ ସଂପାଦକ ଲକ୍ଷ୍ମୀନାରାୟଣ ସାହୁ ଧନ୍ୟବାଦ ଦେଇଥିଲେ । ପ୍ରଭୂଦତ୍ତ ରଥ, ବେଣୁଧର ପ୍ରଧାନ, ଧରଣୀଧର ମିଶ୍ର, ବିଘ୍ନରାଜ ପଣ୍ଡା, ମନୋଜ ବାରିକ, ବନମାଳି ପଣ୍ଡା, ବ୍ରତାନନ୍ଦ ଭୋଇ, ଦେବଦତ୍ତ ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ । ଆର୍ତ୍ତତ୍ରାଣ ବାବୁ, ଡଃ ସନ୍ତୋଷ ପାଢୀ, ସୀତାଂଶୁ ଶେଖର ମିଶ୍ର, ଡଃ ଦେବାଶିଷ ପାଣ୍ଡିଆ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

1 × 1 =