ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଦ୍ୟାଳୟ ତରଫରୁ ରକ୍ଷାବନ୍ଧନ ପାଳିତ

0 84

ବୌଦ୍ଧ,୧୨/୮- ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱ ବିଦ୍ୟାଳୟ ତରଫରୁ ପବିତ୍ର ରକ୍ଷା ବନ୍ଧନ ପର୍ବ ପରିପ୍ରେକ୍ଷୀରେ ବିଶ୍ୱ ଭାତୃତ୍ୱ ଭାବ ଜାଗରଣ ଓ ନିଜ ଓ ପରକୁ ଦୁଃଖ ଦେବା ଭଳି ଅବଗୁଣକୁ ତ୍ୟାଗ କରି ସତ୍ୟମ ଶିବମ ସୁନ୍ଦରମ ପରମାତ୍ମାଙ୍କ ସତଗୁଣରେ ନିଜ ଆତ୍ମାକୁ ସଜାଇବାର ଦୃଢ ସଂକଳ୍ପ ନେବାର ପର୍ବ ବିଷୟରେ କେନ୍ଦ୍ର ସଞ୍ଚାଳିକା ବି.କେ. ମାମିନା ଉପସ୍ଥିତ ଭାଇ ଓ ଭଉଣୀ ମାନଙ୍କୁ ଉଦବୋଧନ ଦେଇ ରାକ୍ଷୀ ବାନ୍ଧିଥିଲେ । ଉକ୍ତ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଦୁଇଦିନ ଧରି ଚାଲିଥିଲା । ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀଯୁକ୍ତ ପ୍ରହଲ୍ଲାଦ ସହାଇ ମୀନା, ଭାରପ୍ରାପ୍ତ ଜିଲ୍ଲାପାଳ ଶ୍ରୀମତୀ ବବିତାରାଣୀ ଦଳବେହେରା, ଜିଲ୍ଲା ଦୌରାଜଜ ଶ୍ରୀଯୁକ୍ତ ବିକ୍ରମ କୁମାର ପ୍ରଧାନ, ଅତିରିକ୍ତ ଦୌରାଜଜ ଶ୍ରୀମତୀ ଅଳ୍ପନା ସ୍ୱାଇଁ, ବନଖଣ୍ଡ ଅଧିକାରୀ ଦେବପ୍ରିୟ କମ୍ପ, ଜିଲ୍ଲା ଶିକ୍ଷା ଅଧିକାରୀ ଉଦୟନାଥ ମାଝୀ, ଉପଖଣ୍ଡ ଆରକ୍ଷୀ ଓ ଥାନା ଅଧିକାରୀ, ଏସବିଆଇ ମୁଖ୍ୟ ମ୍ୟାନେଜର ପ୍ରତାପ ଚନ୍ଦ୍ର ନାହାକ ଓ ଅନ୍ୟାନ୍ୟ ଅଧିକାରୀଗଣ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ, ଜିଲ୍ଲା ଉଦ୍ୟାନ ବିଭାଗ ଅଧିକାରୀ ପ୍ରମୁଖ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ରାକ୍ଷୀ ପର୍ବର ମହତ୍ୱ ବୁଝାଇବା ସହିତ ସଂସ୍ଥାର ପରିଚୟ ପ୍ରଦାନ କରିଥିଲେ ।

hiranchal ad1
Leave A Reply

Your email address will not be published.

one × 5 =