ରାୟପୁରରେ ହେବ ପାଇଲଟ ଗୋପାଳକୃଷ୍ଣ ପଣ୍ଡାଙ୍କ ଶେଷକୃତ୍ୟ

0 66

ସମ୍ବଲପୁର: ଗତ ରାତିରେ ରାୟପୁରର ବିମାନ ବନ୍ଦରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାରେ ଉଭୟ ପାଇଲଟଙ୍କ ମୃତ୍ୟୁ ହୋଇଛି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଏହି ମାଟିର ସନ୍ତାନ କ୍ୟାପଟେନ ଗୋପାଳକୃଷ୍ଣ ପଣ୍ଡା । ତାଙ୍କର ପୈତୃକ ଘର ହେଉଛି ଏଠାକାର ସଦର ପୁଲିସ ଥାନା ଅନ୍ତର୍ଗତ ବାହାମ ଗାଁରେ । ଏଣୁ ଆଶା କରାଯାଉଥିଲା କି ତାଙ୍କର ଶେଷକୃତ୍ୟ ଏଠାରେ ହେବ । କିନ୍ତୁ ସମ୍ବଲପୁର ଜିଲ୍ଲା ପୁଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ତାଙ୍କର ପରିବାରବର୍ଗଙ୍କ ଇଚ୍ଛା ମୁତାବକ ତାହା ଆଜି ରାୟପୁର ଠାରେ ଅନୁଷ୍ଠିତ ହେବାକୁ ଯାଉଛି । ମୃତ ପାଇଲଟଙ୍କ ଭାଇ ଡଃ ବିମଳ ପଣ୍ଡା ସ୍ଥାନୀୟ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡ଼ିକାଲ କଲେଜ ହସ୍ପିଟାଲରେ ଜଣେ ନିସ୍ତେଜକ ବିଶେଷଜ୍ଞ ଭାବରେ କାମ କରନ୍ତି ।

hiranchal ad1
Leave A Reply

Your email address will not be published.

fourteen − five =