ସୁଖଦ ମୃତ୍ୟୁ : ନାମ ସଂକୀର୍ତ୍ତନ୍ୟ କରୁ କରୁ ଲିଭିଗଲା ଜୀବନଦୀପ

0 177

ସୋନପୁର : ବରଗଡ଼ ଜିଲ୍ଲା ଟୁକୁରା ଗାଁରେ ଚାଲିଥିଲା ସତସଙ୍ଗ କାର୍ଯ୍ୟକ୍ରମ । ସତସଙ୍ଗ କାର୍ଯ୍ୟକ୍ରମ ଯଜ୍ଞର ପୂର୍ଣ୍ଣାହୁତି ବି ପଡି ସାରିଥିଲା । ମୁଖ୍ୟ ପୂଜକ ତଥା ପ୍ରସିଦ୍ଧ ପାରାୟଣ ଓ କୀର୍ତ୍ତନ୍ୟ ଗାୟକ ମହାମନ୍ତ୍ର ହରେ କୃଷ୍ଣ ହରେ ରାମ ବୋଲାଉଥିଲେ ।ମହାମନ୍ତ୍ର ଜୟ ଜଗଦୀଶ ହରେ ସ୍ୱରରେ ଆରମ୍ଭ କରି ଡାହାଣ ପାଲିଆକୁ ମହାମନ୍ତ୍ର ବୋଲାଇବାକୁ ଇସାରା ଦେଇ ନିଜେ ଘଣ୍ଟକୁ ମହାମନ୍ତ୍ର ସହିତ ତାଳ ଦେବା ପାଇଁ ଆରମ୍ଭ କରିବା ସମୟରେ ହଠାତ ଅସୁସ୍ଥ ଅନୁଭବ କରି ତଳେ ଘଣ୍ଟ ଥୋଇ ଢଳି ପଡିଥିଲେ । ତେବେ ମୁହୂର୍ତ୍ତକ ଭିତରେ ମହାମନ୍ତ୍ର ଗାଉ ଗାଉ ତାଙ୍କର ପ୍ରାଣବାୟୁ ଉଡି ଯାଇଥିଲା ।

hiring

ସତସଙ୍ଗର ମୁଖ୍ୟ ପୂଜକ ସୁବର୍ଣ୍ଣପୁର ଜିଲ୍ଲା ସିନ୍ଦୁରପୁର ଗାଁର ଶ୍ରୀ ଗୋପାଳଜୀଙ୍କ ମୁଖ୍ୟ ସେବକ କୈଳାସ ଚନ୍ଦ୍ର ପଣ୍ଡା । ସତସଙ୍ଗର ସହଯୋଗୀ ମାନେ ପୂଜକଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ, ହେଲେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ମର ଶରୀର ତାଙ୍କ ପୈତୃକ ମାଟି ସିନ୍ଦୁରପୁରକୁ ପହଞ୍ଚିବ । ତାଙ୍କ ମୃତ୍ୟୁରେ ଗାଁରେ ଶୋକର ଛାୟା ଖେଳି ଯାଇଥିବା ବେଳେ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଆଧ୍ୟାତ୍ମପ୍ରେମୀଙ୍କ ସମାଗମ ଆରମ୍ଭ ହୋଇଛି । ମହାମନ୍ତ୍ର ବୋଲି ବୋଲି ପ୍ରାଣବାୟୁ ଉଡିଯାଇଥିବାରୁ ମୃତ୍ୟୁଭିଳାଷୀ ବ୍ୟକ୍ତି କହୁଛନ୍ତି କୈଳାସଙ୍କ ପରି ଏକ ସୁଖଦ ମରଣ ମୋତେ ହୁଅନ୍ତା ନାହିଁ ।

hiranchal ad1
Leave A Reply

Your email address will not be published.

6 − two =