ଯୁବକଙ୍କୁ ଗୁଳିକରି ହତ୍ୟା : ମୋବାଇଲ୍‌ ଓ ବନ୍ଧୁକ ଜବତ

0 146

ଦଶପଲ୍ଲା : ଗୁରୁବାର ଦିନ ଗଣିଆଥାନା ଅନ୍ତର୍ଗତ ରାସଙ୍ଗ ପାଟିକଟା ଜଙ୍ଗଲ ନିକଟରେ ଜଣେ ଯୁବକକୁ ଗୁଳି କରି ହତ୍ୟା କରାଯାଇଛି । ଉକ୍ତ ଯୁବକଙ୍କ ନାମ ରଜତ ରାଉତ (୨୮) ଓ ତାଙ୍କ ଘର ରାସଙ୍ଗ ଗ୍ରାମରେ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ ଏହି ପାଟିକଟା ଜଙ୍ଗଲ ନିକଟରେ ରହିଛି ଉମାକାନ୍ତ ଦାସଙ୍କ ଫାର୍ମ ହାଉସ । ଏହି ଫାର୍ମ ହାଉସକୁ ରଜତ ଟ୍ରାକ୍ଟରରେ ପଥର ଯୋଗାଇ ଆସୁଥିଲା । ଗୁରୁବାର ଦିନ ରଜତ ଫାର୍ମ ହାଉସକୁ ପଥର ଦେବା ପାଇଁ ଯାଇଥିବା ବେଳେ ଘରକୁ ଫେରି ନଥିଲା । ପରିବାର ଲୋକ ରଜତର ମୋବାଇଲକୁ କଲ କରିଥିଲେ ମଧ୍ୟ ମୋବାଇଲ ବନ୍ଦ ରହିଥିଲା । ବହୁ ଖୋଜା ଖୋଜି ପରେ ଗୁଳିବିଦ୍ଧ ରଜତର ମର ଶରୀର ପାଟିକଟା ଜଙ୍ଗଲରେ ପଡ଼ି ରହିଥିବା ପରିବାର ଲୋକ ଦେଖିବାକୁ ପାଇଥିବା ବେଳେ ରଜତ ନିକଟରେ ଏକ ଦେଶୀ ବନ୍ଧୁକ ଓ ତାଙ୍କ ମୋବାଇଲ ପଡ଼ି ରହିଥିବା ଦେଖିବାକୁ ପାଇଥିଲେ । ମାତ୍ର ଘଟଣାର କିଛି ସମୟ ପୂର୍ବରୁ ରଜତ ସହ ଗଣିଆ ଥାନା ଅନ୍ତର୍ଗତ ଗୋଛାବାରି ଗ୍ରାମର ସାଗର ଓ ତାରେଣି ମିଶି ଝଗଡା କରିଥିଲେ ଓ ଏହି ଝଗଡାକୁ ଦାଶରଥି ମହାନ୍ତି ବୋଲି ଜଣେ ବ୍ୟକ୍ତି ବୁଝାସୁଝା କରି ଫେରିଥିବା ବେଳେ ତାରେଣି ରଜତ ଉପରେ ପ୍ରତିଶୋଧ ନେବାପାଇଁ ଲୁଚି ରହିଥିଲା ବୋଲି ଦାଶରଥି ପ୍ରକାଶ କରିଛନ୍ତି । କିନ୍ତୁ ବୁଝାସୁଝା କରିବା ପରେ ମୁଁ ଘରକୁ ଚାଲି ଆସିଥିବା ବେଳେ ରଜତକୁ କିଏ ଗୁଳି ମାରି ହତ୍ୟା କଲା ମୁଁ ଜାଣିନାହିଁ ବୋଲି ସେ ପ୍ରକାଶ କରିଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ ଗୁରୁତ୍ୱ ଦିଆଯାଇଥିବା ବେଳେ ନୟାଗଡ଼ ଆରକ୍ଷୀ ଅଧିକ୍ଷକ ଅଲେଖ ଚନ୍ଦ୍ର ପାହି, ଏସଡିପିଓ ପ୍ରଭାତ କୁମାର ମଲ୍ଲିକ, ନୟାଗଡ ସଦର ଥାନା ଆଇଆଇସି ଦୀପକ କୁମାର ଖଣ୍ଡାୟତରାୟ, ଗଣିଆ ଥାନା ଆଇଆଇସି ବିମଳ ମଲ୍ଲିକ, ଖଣ୍ଡପଡ଼ା ଥାନା ଆଇଆଇସି ରମେଶ ଦେବତା ପ୍ରମୁଖ ସାଇଣ୍ଟଫିକ ଟିମ୍‌ ସହ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ମୋବାଇଲ୍‌ ଓ ବନ୍ଧୁକକୁ ଜବତ କରିଛନ୍ତି । ଏହି ଘଟଣାରେ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ପ୍ରକ୍ରିୟା ଜାରି ରଖିଛି ।

hiranchal ad1
Leave A Reply

Your email address will not be published.

eight − one =