ନାବାଳିକା ଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ୫ବର୍ଷ ଜେଲ

0 133

ଫୁଲବାଣୀ : ଫୁଲବାଣୀ ଫାଷ୍ଟ ଟ୍ରାକ ପୋସ୍କୋ କୋର୍ଟର ବିଚାରପତି ଭାସ୍କର ଚନ୍ଦ୍ର ସାହୁ ଯୁକ୍ତ ଦୁଇ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର ସାକ୍ଷୀ,ଡ଼ାକ୍ତରୀ ରିପୋର୍ଟ ଏବଂ ସାଇଣ୍ଟିଫିକ୍‌ ରିପୋର୍ଟ ଆଧାରରେ ଦୁଇ ଅଭିଯୁକ୍ତ ଗୁଡାରୀ ଗ୍ରାମର ଜିତୁ ଦିଗାଲ ୨୫ ଓ ବାଦଲ ଦିଗାଲ ୨୪ଙ୍କୁ ଦୋଷୀ ସାବ୍ୟସ୍ତ କରି ୫ ବର୍ଷ ସଶ୍ରମ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତକୁ ଆଉ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି । ସରକାରଙ୍କ ତରଫରୁ ପୋକ୍ସ୍‌ କୋର୍ଟର ସ୍ୱତନ୍ତ୍ର ପି.ପି. ବନମାଳୀ ବେହେରା ମାମଲାକୁ ପରିଚାଳନା କରୁଥିଲେ ।
ପୋଲିସ ସୂଚନା ଅନୁସାରେ ଯୁକ୍ତ ଦୁଇ ଶ୍ରେଣୀରେ ପଢୁଥିବା ନାବାଳିକା ଜଣକ ତାଙ୍କ ସମ୍ପର୍କୀୟ ଘରେ ରହୁଥିଲେ । ନାବାଳିକା ଜଣକ ରାତିରେ ନିଜ ଗ୍ରାମକୁ ଅଟୋ ଯୋଗେ ଯିବା ବେଳେ ଗୁଡାରୀ ନିକଟରେ ଦୁଇ ଅଭିଯୁକ୍ତ ଅଟୋକୁ ଅଟକାଇ ନାବାଳିକାକୁ ଦୁଷ୍କର୍ମ କରିଥିବା ଲିଖିତ ଅଭିଯୋଗ ରହିଛି ।
ନାବାଳିକାର ପିତା ଏନେଇ ଖଜୁରୀପଡା ଥାନାରେ ରିପୋର୍ଟ ଦେଇଥିଲେ ଏବଂ ଥାନାଧିକାରୀ ଥାନା କେଶ୍‌ ନମ୍ବର ୪୦/୨୦୧୮ରେ ପଞ୍ଜିକରଣ କରି ଅଭିଯୁକ୍ତଙ୍କୁ ଗିରଫ କରି ଅଦାଲତରେ ହାଜର କରାଇଥିଲେ । ଆଜି ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି ।

hiranchal ad1
Leave A Reply

Your email address will not be published.

3 × 3 =