ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଦାବିପତ୍ର

0 91

ଜହ୍ନାପଙ୍କ: ଓଡ଼ିଶା ରାଜ୍ୟ ପୁରୁଷ ଓ ମହିଳା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ଓ ପରିଦର୍ଶକ ମିଳିତ ମହାସଂଘ ପକ୍ଷରୁ ଆସନ୍ତା ୧୪ ତାରିଖରୁ ଅସହଯୋଗ ଆନ୍‌ଦୋଳନ ଓ ୨୧ ତାରିଖରୁ ଅନିର୍ଦ୍ଦିିଷ୍ଟ କାଳ ଆନ୍ଦୋଳନ ପାଇଁ ଆଜି ୫ ଦଫା ଦାବି ସମ୍ମିଳିତ ଏକ ଦାବିପତ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କୁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀଙ୍କ ଜରିଆରେ ପ୍ରଦାନ କରାଯାଇଛି । ଦାବିଗୁଡିକ ହେଲା ବିଭିନ୍ନ ବିଭାଗ ଅଧୀନରେ ଥିବା ସମସ୍ତ କର୍ମଚାରୀ ପରି ଜିଲ୍ଲାରେ କାର୍ଯ୍ୟ କରୁଥିବା ବହୁମୁଖୀ ସ୍ୱାସ୍ଥ୍ୟକର୍ମୀଙ୍କ କ୍ୟାଡର ପୁନର୍ଗଠନ କରି ସର୍ବନିମ୍ନ ୪ଟି ପଦୋନ୍ନତି ଦେବା, ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ୩-୧୧-୨୦୨୦ ତାରିଖରେ ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ଅର୍ଥ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଗ୍ରେଡ଼ ପେ ୪୨୦୦୦-୫୫୪୬୦୦/-୫୫୪୮୦୦ ଆରଏସିପି ଆକାରରେ ପ୍ରଦାନ କରାଯିବା ,୨୦୧୩ ମସିହାରେ ଜିଏଓପିଜି ବିଭାଗ ଦ୍ୱାରା ପ୍ରକାଶିତ ବିଜ୍ଞପ୍ତିକୁ ପ୍ରତ୍ୟାହାର କରି ତାର ବିକଳ୍ପରେ ଠିକା ଚାକିରି କରିଥିବା କର୍ମଚାରୀଙ୍କ ପାଇଁ ଠିକା ବ୍ୟବସ୍ଥା ଉଚ୍ଛେଦ କରି ମୁଖ୍ୟମନ୍ତ୍ରୀ ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି ,ସେଇ ନିର୍ଦ୍ଦେଶ ଆମ ବିଭାଗରେ ପ୍ରଯୁଜ୍ୟ କରିବାକୁ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀମାନଙ୍କ ଉଦ୍ଦିଷ୍ଟ କରାଯାଉ, ବହୁମୁଖୀ ସ୍ୱାସ୍ଥ୍ୟ କର୍ମୀ ଓ ସ୍ୱାସ୍ଥ୍ୟ ପରିଦର୍ଶକ ପଦବୀର ପଦବୀ ଓ ନାମ ପରିବର୍ତ୍ତନ କରାଯିବା, ପୋଷାକ ଓ ଭତ୍ତା ଆକାରରେ ବାର୍ଷିକ ୫୦୦୦୦ ଟଙ୍କା ପ୍ରଦାନ କରାଯିବା ଆଦି ଦାବି ଉଲ୍ଲେଖ ରହିଛି । ସଂଘର ସଭାପତି ଝୁମି ସାହୁ,ସଂପାଦକ ପ୍ରମୋଦ କୁମାର ପାତ୍ର ଏବଂ ସତ୍ୟ ନାରାୟଣ ପାଣିଗ୍ରାହୀଙ୍କ ନେତୃତ୍ୱରେ ସମସ୍ତ ମହିଳା ଓ ପୁରୁଷ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

6 − 5 =