ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଗିରଫ

0 40

ପୁରୀ : ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ପୁରୀ ଜିଲ୍ଲା ସଦର ରେଞ୍ଜ ନିରୀକ୍ଷକ ମାନସୀ ସାହୁଙ୍କ ନେତୃତ୍ୱରେ ଏକ ଟିମ ମେରାଇନ ଥାନା ଅଧୀନ, ହୋଟେଲ ତୋଷାଳୀସ୍ୟାଣ୍ଡ ସମ୍ମୁଖ ରାସ୍ତାରେ ଚଢ଼ାଉ କରି ସନୋଜ ବେହେରା ,ବୟସ -୨୬ବର୍ଷଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୭୦ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ଜବତ କରାଯାଇଛି । ଅଭିଯୁକ୍ତ ବିରୁଦ୍ଧରେ ପୁରୀ ଜିଲ୍ଲା ସଦର ରେଞ୍ଜର କେସ ନଂ -୭୨/୨୨-୨୩ ରୁଜୁ କରାଯାଇ କୋର୍ଟ ଚାଲାଣ କରାଜାଇଥିବା ବେଳେ ଜାମିନ ନାମଞ୍ଜୁର ହେବାରୁ ପୁରୀ କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭,୦୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଉପନିରିକ୍ଷକ ରଙ୍କନିଧି ମଲ୍ଲିକ, ବିନୋଦ କୁମାର ବାସ୍କେ, ନାରାୟଣ ବେହେରା, ସ୍ୱଂପ୍ରଞ୍ଜା ଶୁଭଦର୍ଶିନୀ, ଏଏସ୍‌ଆଇ ସନ୍ତୋଷ କୁମାର ନାୟକ, ପୂର୍ଣ୍ଣଚନ୍ଦ୍ର ନାୟକ ଏବଂ କର୍ମଚାରୀ ସଞ୍ଜୀବ ହସ୍ତୀ, ରୀତାରାଣୀ ସେଠୀ, ଏସ .କେ ୱରିସ, ଅଭିଜିତ ପ୍ରଧାନ, ଆଶିଷ ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

twenty − one =