ଆସନ୍ତା କାଲିଠାରୁ କୋଣାର୍କ ଉତ୍ସବ, ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି

0 84

ପୁରୀ: ସଜେଇ ହୋଇଚି କୋଣାର୍କ । କୋଣାର୍କ ଉତ୍ସବ ୨୦୨୨ ପାଇଁ ପ୍ରସ୍ତୁତି ଶେଷ । କାରିଗର ମାନଙ୍କ ଦ୍ୱାରା ଓଡିଶାର କଳାକୃତିକୁ ନେଇ ମୁକ୍ତାକାଶ ରଙ୍ଗମଞ୍ଚ ସଜେଇ ହେଇ ଥିବା ବେଳେ ବାଲୁକା ଶିଳ୍ଫୀ ମାନଙ୍କ ପାଇଁ ପ୍ରସ୍ତୁତ ହେଲାଣି ଚନ୍ଦ୍ରଭାଗା ପୀଠ । ସେପଟେ କୋଭିଡ କଟକଣା କୋହଳ ହେବା ପରେ ଚଳିତ ବର୍ଷ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ପର୍ଯ୍ୟଟକ ମାନଙ୍କ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି ପର୍ଯ୍ୟଟନ ବିଭାଗ ପକ୍ଷରୁ । ଅନ୍ୟପଟେ ମିନାବଜାର ଓ ଯାତ୍ରା ଉପରେ ଚଳିତ ବର୍ଷ କଟକଣା କୋହଳ ହୋଇଥିଲା ବେଳେ ଟ୍ରାଫିକ ସମସ୍ୟା ଓ ପେଟ୍ରୋଲିଂକୁ ଦିଆଯାଇଛି ଗୁରୁତ୍ୱ । ଆସନ୍ତା କାଲି ଡିସେମ୍ୱର ୧ ତରିଖ ଠାରୁ ୫ ତାରିଖ ପର୍ଯ୍ୟନ୍ତ କୋଣାର୍କ ଉତ୍ସବ ୨୦୨୨ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଶେଷ । ରଙ୍ଗିନ ଆଲୋକରେ ଝଲସିବ କୋଣାର୍କ । ଚଳିତ ବର୍ଷ କୋଣାର୍କ ଉତ୍ସବ ସାଙ୍ଗକୁ ବାଲୁକା ମହୋତ୍ସବକୁ ମଧ୍ୟ ଆକର୍ଷଣୀୟ କରିବା ଲାଗି ଉଦ୍ୟମ କରାଯାଇଥିବା ଦେଖିବାକୁ ମିଳିଛି । ୫ ଦିନିଆ ଏହି ଉତ୍ସବରେ ମୁକ୍ତାକାଶ ରଙ୍ଗ ମଞ୍ଚରେ ନାମିଦାମୀ କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯିବ । ବାଲୁକା ମହୋତ୍ସବରେ ଦେଶ ବିଦେଶର କଳାକାର ମାନେ ପ୍ରତିନିଧିତ୍ୱ କରିବେ ଏହି କାର୍ଯ୍ୟକ୍ରମରେ । ମୁକ୍ତାକାଶ ରଙ୍ଗମଞ୍ଚରେ ପ୍ରତିଷ୍ଠିତ କଳାକାରମାନଙ୍କ ଦ୍ୱାରା କଥକ, କୁଚୁପୁଡି, ଓଡିଶୀ ନୃତ୍ୟ, ଭାରତନାଟ୍ୟମ ପରିବେଷଣ କରାଯିବ, ଯେଉଁ ଥିରେ ଓଡିଶାର କଳା ସଂସ୍କୃତି ସହିତ ଭାରତୀୟ କଳା ସଂସ୍କୃତିକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିବେ ନୃତ୍ୟଙ୍ଗନା ମାନେ । ବିଶେଷକରି ଏହି ନୃତ୍ୟଶିଳ୍ପୀମାନେ ଛତିଶଗଡ, ତାମିଲନାଡୁ, କେରଳ, ଆସାମ, ପଶ୍ଚିମବଙ୍ଗ, ଗୁଜୁରାଟ ଓ ଦିଲ୍ଲିର ନୃତ୍ୟଶିଳ୍ପୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ହେବା ସହିତ ମାଲେସିଆ ନୃତ୍ୟ ଶିଳ୍ପୀଙ୍କ ଦ୍ୱାରା ଓଡିଶୀ ପରିବେଷଣ ହେବ । ସେହିପରି ବାଲୁକା ମହୋତ୍ସବରେ ଆନ୍ତର୍ଜାତିୟ କଳାକାର ମାନଙ୍କ ଦ୍ୱାରା ବାଲିରେ ଜିବନ୍ତ ଛବିକୁ ଉପଭୋଗ କରିବାର ସୁଯୋଗ ପାଇବେ ଦର୍ଶକ । ଗତ ଦୁଇବର୍ଷ ଧରି ବିଦେଶୀ କଳାକାର ଓ ପର୍ଯ୍ୟଟକଙ୍କ ଉପରେ କଟକଣା ରହିଥିଲା ବେଳେ ଚଳିତ ବର୍ଷ ବିଦେଶୀ କଳାକାର ଓ ବାଲୁକା ଶିଳ୍ପୀ ଭାଗ ନେବାର ଆଶା କରାଯାଉଛି ।ଏହି ୫ ଦିନିଆ ମହୋତ୍ସବରେ ପ୍ରତ୍ୟେକ ଦିନ ବିଭିନ୍ନ ବିଷୟକୁ ନେଇ ବାଲୁକା ଶିଳ୍ପୀ ମାନେ ସେମାନଙ୍କର କଳା ଦେଖାଇବାର ସୁଯୋଗ ପାଇବେ । ସେପଟେ କୋଣାର୍କ ଉତ୍ସବ କିଭଳି ଭାବରେ ସୁଚାରରୂପରେ ଅନୁଷ୍ଠିତ ହେବ ସେନେଇ ଜିଲ୍ଲ । ପ୍ରଶାସନ ପକ୍ଷରୁରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଟ୍ରାଫିକ ସମସ୍ୟା କିଭଳି ନ ଉପୁଜିବ ସେ ନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିବା ବେଳେ କୋଣାର୍କ ଉତ୍ସବକୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ସୁରକ୍ଷା ନିମନ୍ତେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରଥମ ଥର ଭାବରେ ଏହି ପାଞ୍ଚ ଦିନକୁ ସିସିଟିଭି ମଧ୍ୟରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଅନ୍ୟପଟେ ଦୀର୍ଘ ଦୁଇବର୍ଷ ପରେ ଦର୍ଶକମାନେ କୋଣାର୍କ ମହୋତ୍ସବ ସହିତ ବାଲୁକା କଳା, ମିନା ବଜାର ଦେଖିବାର ସୁଯୋଗ ପାଇବେ ଦର୍ଶକ ।

hiranchal ad1
Leave A Reply

Your email address will not be published.

one + fourteen =