୧୨ ଦଫା ଦାବି ନେଇ ଆଶା କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

0 85

ଘୁ.ଉଦୟଗିରି: ଓଡ଼ିଶା ରାଜ୍ୟ ଆଶା କର୍ମୀ ସଂଘର ନିଷ୍ପତ୍ତି ଓ ଭାରତୀୟ ମଜଦୂର୍‌ ସଂଘର ସହମତି କ୍ରମେ ୧୨ ଦଫା ଦାବି ପୂରଣ ନିମନ୍ତେସାରା ରାଜ୍ୟର ସମସ୍ତ ଆଶାକର୍ମୀ ବିଭିନ୍ନ ମେଡ଼ିକାଲ ପରିସରରେ ୨୯ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତିି । ଏହି କ୍ରମରେ ଘୁ.ଉଦୟଗିରି ବ୍ଲକ ଓ ଏନଏସି ର ଆଶାକର୍ମୀ ସଂଘ ସଭାନେତ୍ରୀ ସୁଚିତ୍ରା ପ୍ରଧାନ ଓ ସମ୍ପାଦିକା ଲାଲମଣି ମଲ୍ଲିକ ନେତୃତ୍ୱରେ ସମୁଦାୟ ୮୮ ଜଣ ଆଶାକର୍ମୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଧାରଣାରେ ବସିଛନ୍ତି । ଧାରଣାରତ ଆଶାକର୍ମୀଙ୍କ ସୂଚନା ଅନୁସାରେ ସେମାନଙ୍କ ଦାବିଗୁଡିକ ହେଲା ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ ଘୋଷଣା କରିବା, ଆଶାକର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ କରି ମାସିକ ୧୮୦୦୦ ଦରମା ଦେବା ସହ ଇପିଏଫ ଓ ଇଏସଆଇସି ଅନ୍ତର୍ଭୁକ୍ତ କରି ଗ୍ରାଚୁଇଟି ପ୍ରଦାନ କରିବା, ଅବସର ନେବା ପରେ ଏକକାଳୀନ ୫ ଲକ୍ଷ୍ୟ ଟଙ୍କା ଓ ମାସକୁ ୫ ହଜାର ଭତ୍ତା ପ୍ରଦାନ କରିବା, କାର୍ଯ୍ୟରତ ସମୟରେ ମୃତ୍ୟୁ କାଳୀନ ସହାୟତା ୫ ଲକ୍ଷ୍ୟ ସହ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ପ୍ରଦାନ, ଯୋଗ୍ୟତା ଆଧାରରେ ଆଶାକର୍ମୀଙ୍କୁ ଏଏନଏମ ଭାବେ ନିଯୁକ୍ତି ଦେବା, ସମସ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଶା ଗୃହ ଯୋଗାଇଦେବା ଏବଂ କୋଭିଡ ୧୯ ମହାମାରୀ ସମୟରେ କାର୍ଯ୍ୟରତ ସମୟରେ ମୃତ ଆଶାକର୍ମୀ ମାନଙ୍କୁ ସରକାର ଘୋଷଣା କରିଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା । ଏଭଳି ନିଜର ନ୍ୟାର୍ଯ୍ୟ ଦାବି ନେଇ ୨୯ ତାରିଖ ଠାରୁ ସମସ୍ତ ଆଶାକର୍ମୀ ସଂଘ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନରେ ବସିଥିବା ସୂଚନା ଦେଇଛନ୍ତି ଉପସ୍ଥିତ ସଭାନେତ୍ରୀ ।

hiranchal ad1
Leave A Reply

Your email address will not be published.

20 − fifteen =