ଆଜି ରାଜ୍ୟ କ୍ୟାବିନେଟ୍‌ ବୈଠକ

0 61

ଭୁବନେଶ୍ୱର: ସୋମବାର ଅପରାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍‌ ବୈଠକ ବସିବ । ପରେ ମନ୍ତ୍ରୀ ପରିଷଦର ବୈଠକ ଅନୁଷ୍ଠିତ ହେବ । କ୍ୟାବିନେଟ୍‌ ବୈଠକରେ ରାଜ୍ୟ ବଜେଟକୁ ଅନୁମୋଦନ ମିଳିବ ବୋଲି ସୂଚନା ମିଳିଛି ।

hiring

ଚଳିତ ମାସ ୨୧ରୁ ବିଧାନସଭା ଅଧିବେଶନ ଆରମ୍ଭ ହେବା ସହିତ ୨୪ ତାରିଖରେ ଆସିବ ବଜେଟ୍‌ । ତେଣୁ ତା’ ପୂର୍ବରୁ ଚିଠା ବଜେଟକୁ କ୍ୟାବିନେଟ୍‌ରେ ଅନୁମୋଦନ କରାଯିବ । ଏଥର ବଜେଟ ଆକାର ପ୍ରାୟ ୨ ଲକ୍ଷ ୨୦ ହଜାର କୋଟି ରହିବ । ବଜେଟ୍‌ରେ କୃଷି ଓ ସ୍ୱାସ୍ଥ୍ୟକୁ ଅଧିକ ଗୁରୁତ୍ୱ ମିଳିବ । କିଛି ନୂଆ ସ୍କିମ୍‌ ଓ ଯୋଜନା ଆସିବାର ସମ୍ଭାବନା ରହିଛି ।

ସେହିପରି ସୋମବାର କ୍ୟାବିନେଟ୍‌ରେ ୧୫ଟି ପ୍ରସ୍ତାବରେ ମୋହର ବାଜିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । କୃଷି, ସ୍ୱାସ୍ଥ୍ୟ, ଶକ୍ତି, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ, ନଗର ଉନ୍ନୟନ, ଜଳସମ୍ପଦ, ବାଣିଜ୍ୟ ଓ ପରିବହନ ବିଭାଗର ପ୍ରାୟ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିପାରେ ।

hiranchal ad1
Leave A Reply

Your email address will not be published.

twenty + 16 =