ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କଲେ ପୁରୀ ବିଧାୟକ

0 67

ପୁରୀ : ପୁରୀରେ ଦୁଇଟି ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ରକୁ ଉଦଘାଟନ କରିଛନ୍ତି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ । ଲୋକନାଥ ରୋଡ ସ୍ଥିତ ଛପନ ଛକ ନିକଟରେ ଦୋଳବେଦୀକୋଣ ସହରାଞ୍ଚଳ ପ୍ରାଥମିକ ଚିକିତ୍ସା କେନ୍ଦ୍ର ଉଦଘାଟିତ ହୋଇଥିବା ବେଳେ ପେଣ୍ଠକଟା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଉଦଘାଟିତ ହୋଇଯାଇଛି । ଏହି ଦୁଇଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ପୁରୀ ବିଧାୟକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ । ଦୁଇଟି ଯାକ ଚିକିତ୍ସା କେନ୍ଦ୍ରରେ ପାଖାପାଖି ୨୦ହଜାରରୁ ଉର୍ଦ୍ଧ ଲୋକେ ଏଠାରେ ଚିକିତ୍ସିତ ହେବ ସହ ଡାକ୍ତରୀ ପରାମର୍ଶ ନେଇପାରିବେ । ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ପୁରୀ ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ସୁଜାତା ମିଶ୍ର, ପୂର୍ତ୍ତ ଅଧିକ୍ଷଣ ଯନ୍ତ୍ରୀ ଅଜିତ ପ୍ରସାଦ ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଶୁକଦେବ ସାହୁଙ୍କ ସମେତ ବରିଷ୍ଠ ଡାକ୍ତର ମାନେ ଉପସ୍ଥିତ ଥିଲେ । ତେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି ପ୍ରୟାସକୁ ସାଧୁବାଦ ଜଣାଇଛନ୍ତି ସ୍ଥାନୀୟ ଲୋକେ । ଏହି ପ୍ରାଥମିକ ଚିକିତ୍ସା କେନ୍ଦ୍ର ଦ୍ୱାରା ସ୍ଥାନୀୟ ଲୋକେ ବେଶ ଉପକୃତ ହେବେ ବୋଲି ପୁରୀ ବିଧାୟକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

fourteen − 3 =