ମହାପ୍ରଭୁଙ୍କୁ ଦର୍ଶନ କଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ

0 58

ପୁରୀ : ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଭୁବନେଶ୍ୱରରେ ଏକ ଘରୋଇ ଶିକ୍ଷାନୁଷ୍ଠାନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓଡ଼ିଶା ଆସିଥିଲେ ଝାଡଖଣ୍ଡ ମୁଖ୍ୟ ମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ । ଗତକାଲି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ବଡ ଦାଣ୍ଡରେ ପହଞ୍ଚିବା ପରେ ପୁରୀ ଏସପି କେ ବିଶାଲ ସିଂ ତାଙ୍କୁ ସ୍ୱାଗତ କରିଥଲେ । ପରେ ସେବାୟତ ମାନେ ମହାପ୍ରଭୁଙ୍କ ଖଣ୍ଡୁଆ ଦେଇ ସ୍ୱାଗତ କରିଥିଲେ । ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ ବାଇଶି ପାହାଚ ଦେଇ ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ । ପ୍ରଥମେ ପ୍ରଭୁ ପତିତପାବନଙ୍କୁ ପ୍ରଣାମ କରି ଶ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ । ଗର୍ଭ ଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥଲେ । ପରେ ଶ୍ରୀ ମନ୍ଦିର ବେଢ଼ାରେ ଥିବା ବିଭିନ୍ନ ଦେବଦେବୀ ମନ୍ଦିର ଯାଇ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ବାଇଶି ପାହାଚ ଦେଇ ପ୍ରତ୍ୟାବର୍ତ୍ତନ କରିଥଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଓ ତାଂକ ପତ୍ନୀ କଳ୍ପନା ସୋରେନ । ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ । ସେ କହିଥିଲେ ଓଡ଼ିଶା ଆସି ମହାପ୍ରଭୁଙ୍କ ଦର୍ଶନ ନ କରିବା ସମ୍ଭବ ନୁହେଁ । ଏଣୁ ମହାପ୍ରଭୁଙ୍କ ଆଶୀର୍ବାଦ ପାଇଁ ସେ ମହାପ୍ରଭୁଙ୍କ ନିକଟକୁ ଆସିଥିଲେ ।

hiranchal ad1
Leave A Reply

Your email address will not be published.

twenty + one =