ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଗୁରୁତର

0 78

ନୂଆଗାଁ,୨୯/୪:- ନୂଆଗାଁ ଜାତୀୟରାଜପଥ ୫୭ ପଞ୍ଚୁପାଣ୍ଡବ ନିକଟରେ ଦୁର୍ଘଟଣାରେ ୨ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ପଞ୍ଚୁପାଣ୍ଡବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ଏକ ବାଇକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡମାହାଣ୍ଡି ଗ୍ରାମର ବିଭୁପ୍ରସାଦ ପତି ଓ ଆନନ୍ଦ ମଙ୍ଗଳ ଗୁରୁତର ଆହତ ହୋଇଥିବା ଜଣାପଡିଛି ସ୍ଥାନୀୟଲୋକେ ଅଗ୍ନିଶମବାହିନୀଙ୍କୁ ଖବର ଦେବାରୁ ଅଗ୍ନିଶମ ବାହିନୀ ପହଞ୍ଚି ସେମାନଙ୍କୁ ତୁରନ୍ତ ମହିପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ସେମାନେ ନୟାଗଡରୁ ଦଶପଲ୍ଲା ଅଭିମୁଖେ ଯାଉଥିବା ସମୟରେ ଭାରସାମ୍ୟ ହରାଇଥିଲେ । ନୂଆଗାଁ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକକୁ ଜବତ କରି ଅଧିକ ତଦନ୍ତ ଜାରିରଖିଛି ।

hiranchal ad1
Leave A Reply

Your email address will not be published.

19 + 9 =