୧୧ କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

0 63

ନନ୍ଦାହାଣ୍ଡି,୨୯/୪:- ଗତ ରାତି ନାଟ ଦେଖିବାକୁ ଯାଇଥିବା ଯୁବକଙ୍କର ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି । ମୃତକ ବ୍ୟକ୍ତି ଜଣକ ହେଲେ ବି ମାଳିଗୁଡା ଗାଁ ର ତୁଳାରାମ ଭାତ୍ରା ବୟସ ୨୯ ପିତା ରାମଚନ୍ଦ୍ର ଭତ୍ରା ବୋଲି ଜଣାପଡିଛି । ଘଟଣା ଅନୁସାରେ ଗତକାଲି ରାତିରେ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ସଦର ପଞ୍ଚାୟତ ଏକମ୍ବା ଗ୍ରାମରେ ବୁଢ଼ାରାଜାଙ୍କ ଯାତ୍ରା ଚାଲିଥିବା ସମୟରେ ଏକ ଆଦିବାସୀ ନାଟର ଆୟୋଜନ କରାଯାଇଥିଲା । ଉକ୍ତ ନାଟକ ଦେଖିବା ପାଇଁ ପ୍ରବଳ ଭିଡ ଥିବା ଯୋଗୁଁ ତୁଳାରାମ ନିକଟରେ ଥିବା ଅଙ୍ଗନବାଡ଼ି କେନ୍ଦ୍ରର ଛାତ ଉପରେ ଚଢ଼ି ନାଟ ଦେଖିବାକୁ ଉଦ୍ୟମ କଲାବେଳେ ଛାତ ଉପର ଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅଚେତ ହୋଇ ପଡିଥିବାବେଳେ ଡଙ୍ଗର ଭେଜା ଫାଣ୍ଡି ପୋଲିସ ଅଧିକାରୀ ଶୁଭେନ୍ଦୁୁ ବେହେରା ପୋଲିସ ଜିପଯୋଗେ ଯୁବକଙ୍କୁ ସ୍ଥାନୀୟ ଗୋଷ୍ଠୀକେନ୍ଦ୍ରକୁ ନେଇଥିଲେ । ପରବର୍ତ୍ତୀ ସମୟରେ ତୁଳାରାମକୁ ୧୦୮ ଆମ୍ବୁଲାନ୍ସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ଡ଼ାକ୍ତର ତୁଳାରାମଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ୦୯/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

four + seventeen =