ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ପାଳିତ

0 87

ସୁବର୍ଣ୍ଣପୁର,୨୯/୪ – ଜିଲ୍ଲା ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ଆଜି ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଉତ୍ସାହ ଉଦ୍ଦିପନା ସହ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରାଣୀ ଚିକିତ୍ସା ବିଭାଗ ପକ୍ଷରୁ ସହରର ଘୋଡାଘାଟପଡା ସ୍ଥିତ ପଶ୍ଚିମ ସୋମନାଥ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଥିବା ବେଳେ ମୁଖ୍ୟଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାଶ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ଶୋଭାଯାତ୍ରାଟି ସହର ପରିକ୍ରମା କରି ଜିଲ୍ଲା ପ୍ରାଣୀ ଚିକିତ୍ସା କାର୍ଯ୍ୟାଳୟରେ ପହଞ୍ଚିଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ନିହାର ରଞ୍ଜନ କହଁର, ସିଡିଭିଓ ଅନନ୍ତ ପ୍ରସାଦ ପଣ୍ଡା, ଭିଏସ୍‌ଡ ଡଃ ପ୍ରତ୍ୟୁଷ ରଞ୍ଜନ ବାଘ, ଡଃ ଶ୍ୟାମ ସୁନ୍ଦର ପାଣ୍ଡେଙ୍କ ସମେତ ପ୍ରାଣୀ ଚିକିତ୍ସା ବିଭାଗର ଚିକିତ୍ସକ ବିଭାଗୀୟ କର୍ମଚାରୀ, ସ୍ୱେଚ୍ଛାସେବୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏନସିସି ଛାତ୍ରଛାତ୍ରୀ ଓ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଗୃହପାଳିତ ପ୍ରାଣୀଙ୍କ ସେବା ଯତ୍ନ, ତାଙ୍କର ଖାଦ୍ୟପେୟ, ସ୍ୱାସ୍ଥ୍ୟସେବା ଓ ଚିକିତ୍ସା ଉପରେ ସମ୍ବେଦନଶୀଳ ହେବାପାଇଁ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଥିଲା । ସେହିପରି ପରିବେଶ ସନ୍ତୁଳନ ପାଇଁ ପୃଥିବୀ ପୃଷ୍ଠର ପ୍ରତ୍ୟେକ ପ୍ରାଣୀଙ୍କ ଉପସ୍ଥିତି ଓ ଆବଶ୍ୟକତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରାଯାଇଥିଲା । ପରେ ସହରର ହିଲଟନ ହେଭେନ୍‌ ହୋଟେଲର ସମ୍ମିଳନୀ କକ୍ଷରେ ଏକ ସଭା ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

1 + 12 =