ଖପ୍ରାଖୋଲ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କଳା ବ୍ୟାଜ୍‌ ପିନ୍ଧି ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରତିବାଦ

0 25

ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ୍‌ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ୱାସ୍ଥ୍ୟ କର୍ମୀମାନେ କଳା ବ୍ୟାଜ୍‌ ପିନ୍ଧି ଗୁରୁବାର ପ୍ରତିବାଦ କରିଥିବା ଦେଖାଦେଇଛି । ୫ ଦଫା ଦାବିରେ ସ୍ୱାସ୍ଥ୍ୟ କର୍ମୀମାନେ ପୂର୍ବରୁ ଦାବୀପତ୍ର ଦେଇଥିଲେ ମଧ୍ୟ ସରକାର ଦାବୀ ପୂରଣ କରିନଥିବାରୁ ତାର ପ୍ରତିବାଦରେ କଳା ବ୍ୟାଜ୍‌ ପିନ୍ଧି ଆଜି ପ୍ରତିବାଦ କରିବା ସହ ରୋଗୀସେବା କରିଛନ୍ତି । ସ୍ୱାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ଦୁର୍ଯ୍ୟୋଧନ ସାହୁ, ନାରାୟଣ ପ୍ରଧାନି, ମାନସ ମେହେର, ରିତାଞ୍ଜଳି ସାହୁ, ବିନତୀ ପ୍ରଧାନ, ବିନୟ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

nine − 2 =