୮୨ ଗ୍ରାମ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

0 121

ପୁରୀ: ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ନିମାପଡା ଥାନା ଅଧୀନ ରେଞ୍ଚ ଶାସନଛକ ଠାରେ ଚଢ଼ାଉକରି ସୂର୍ଯ୍ୟ ନାରାୟଣ କାଣ୍ଡି (୪୦)ଙ୍କୁ ଗିରଫ କରିଛନ୍ତି । ତାଙ୍କ ଠାରୁ ୮୨ ଗ୍ରାମ ହେରୋଇନ (ବ୍ରାଉନ ସୁଗାର) ଜବତ କରାଯାଇଛି । ନିମାପଡା ଅବକାରୀ ଥାନା କେସ ନଂ -୭୯/୨୨-୨୩ରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ- କାରଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୮,୨୦,୦୦୦/-ଟଙ୍କାରୁ ଉଦ୍ଧ୍ୱର୍ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା, ଏସଆଇ ସ୍ୱୟଂପ୍ରଜ୍ଞା ସୁଭଦର୍ଶିନୀ ନାୟକ ଏବଂ ଅବକାରୀ କର୍ମଚାରୀ ଆଶିଷ କୁମାର ପ୍ରଧାନ, ତପନ ପ୍ରଧାନ, ଜିତେନ୍ଦ୍ର ବେହେରା, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

sixteen − 1 =