ମାନବିକତା ଦେଖାଇଲେ ପୁରୀ ଆରଟିଓ

0 82

ପୁରୀ: ଗତକାଲି ବିଳମ୍ବିତ ରାତିରେ ପୁରୀ ରୋଡ଼ ମଙ୍ଗଳାହାଟ କ୍ରସିଂ ଦେଇ ଦ୍ରୁତ ଗତିରେ ଆସୁଥିବା ଗୋଟାଏ ପାସେଞ୍ଜର ଅଟୋ ରିକ୍ସା ଭାରସାମ୍ୟ ହରାଇ ଓଲଟି ପଡି ଥିବାରୁ ଗାଡିର ଡ୍ରାଇଭରଙ୍କ ସମେତ ଆଉ ଜଣେ ପାସେଞ୍ଜରଙ୍କ ଅବସ୍ଥା ଗୁରୁତର ହୋଇ ପଡିଥିଲା । ଘଟଣା ସ୍ଥଳରେ ପୋଲିସ ଏନ୍‌ଫୋର୍ସମେଣ୍ଟ ସହିତ ସ୍ପେସିଆଲ ଡ୍ରାଇଭ ଡିଉଟିରେ ଥିବା ପୁରୀ ଆରଟିଓ ରବିନ ପଟ୍ଟନାୟକ ଏବଂ କର୍ମଚାରୀ ମାନେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ନିଜ ଅଫିସ ଗାଡିରେ ତୁରନ୍ତ ପୁରୀ ବଡ଼ ମେଡିକାଲ ନେଇ ଚିକିତ୍ସା କରାଇ ଡ୍ରାଇଭରଙ୍କ ସମେତ ଆଉ ଜଣେ ଆହତଙ୍କ ଜୀବନ ବଞ୍ଚାଇଥିଲେ । ଆରଟିଓ ଶ୍ରୀ ପଟ୍ଟନାୟକ ଓ ତାଙ୍କ ଟିମଙ୍କ ଏ ମହତ କାର୍ଯ୍ୟ ଓ ମାନବିକତା ପାଇଁ ପୁରୀ ସହରରେ ସାଧାରଣ ଜନତା ଓ ବୁଦ୍ଧିଜୀବୀ ଖୁବ ପ୍ରଶଂସା କରିଛନ୍ତି । ରାସ୍ତାର ଆହତ ବ୍ୟକ୍ତିଙ୍କୁ ନିର୍ଭିକରେ ଯେ କୌଣସି ଲୋକ ମେଡିକାଲ ଆଣି ଚିକିତ୍ସା କରାଇଲେ ରାଜ୍ୟ ସରକାର ପକ୍ଷରୁ ଜ଼ିଲ୍ଲାପାଳଙ୍କ ଜରିଆରେ ଉକ୍ତ ସାହାଯ୍ୟକାରୀଙ୍କୁ ଉତ୍ସାହିତ କରିବାକୁ ୨ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ଥାଏ । ସେହି ସାମରିଟେନ ପଲିସି ଉପରେ ଆରଟିଓ ଶ୍ରୀ ପଟ୍ଟନାୟକ ଯୁବ ପିଢୀ ଓ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ ।

hiranchal ad1
Leave A Reply

Your email address will not be published.

20 − 13 =