କନ୍ଧମାଳରେ ପୁଣି ଲଜ୍ଜା,ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

0 211

ବାଲିଗୁଡ଼ା : କନ୍ଧମାଳରେ ପୁଣି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ଦାରିଙ୍ଗବାଡି ବ୍ଲକ୍‌ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି । ଜଣେ ୧୩ ବର୍ଷିୟ ନାବାଳିକାକୁ ସେହି ଗ୍ରାମର ଦୁଇଜଣ ଦୁଷ୍କର୍ମ କରିଥିବା ନେଇ ବ୍ରାହ୍ମଣୀଗାଁ ଥାନାରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ଗତ ଗୁରୁବାର ଦିନ ନାବାଳିକା ଜଣକ ଦିନ ଦ୍ୱିପହରରେ ଗ୍ରାମ ନିକଟସ୍ଥ ଝରଣାକୁ ଏକୁଟିଆ ଗାଧୋଇବାକୁ ଯାଇଥିଲେ । ନିଜ ଲୁଗାପଟା ସଫା କରି ଶୁଖାଇବା ସମୟରେ ସେହି ଗ୍ରାମର ଦୁଇଜଣ ଯୁବକ ଉକ୍ତ ନାବାଳିକାକୁ ଏକୁଟିଆ ଥିବା ସୁଯୋଗପାଇ ବଳ ପୂର୍ବକ ଦୁଷ୍କର୍ମ କରିଥିବା ନେଇ ନାବାଳିକା ପରିବାର ପକ୍ଷରୁ ଥାନରେ ଲିଖିତ ଅଭଯୋଗ ହୋଇଛି । ଅଭିଯୋଗ ପ୍ରକାରେ ଥାନା ଅଧିକାରୀ ଚାପଧାରୀ ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଘଟଣାରେ ସମ୍ପୃକ୍ତ ଦୁଇଜଣ ଯୁବକଙ୍କୁ ଗିରଫ କରିଥିବା ଜଣାପଡ଼ିଛି । ଗିରଫ ଦୁଇଜଣଙ୍କ ମଧ୍ୟରୁ ଦୁଷ୍କର୍ମ କାରୀ ଜଣେ ନବାଳକ ହୋଇଥିବା ସୂଚନା ମିଳିଛି । ଏନେଇ ବ୍ରାହ୍ମଣୀଗାଁ ଥାନାରେ ପୋକ୍ସ କେଶ ନଂ ୩ /୨୩ ରେ ଏକ ମାମଲା ରୁଜୁ କରି ପୀଡ଼ିତା ଓ ଅଭିଯୁକ୍ତ ମାନଙ୍କ ଡାକ୍ତରୀ ମାଇନା କରି କୋର୍ଟ ଚାଲାଣ କରିଥିବା ବେଳେ ଅଧିକ ତଦନ୍ତ ଜାରି ରଖିଥିବା ନେଇ ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

seven − 2 =