ଦଶପଲ୍ଲାରେ ଶୀତ ଲହରୀ, କୁଜାମେଣ୍ଢି ଅଂଚଳରେ ହାଲକା ବରଫ ପାତ

0 263

ଦଶପଲ୍ଲା : ବଣ ଜଂଗଲ ପରିବେଷ୍ଟିତ ଦଶପଲ୍ଲାରେ ଏବେ ଶୀତର ପ୍ରକୋପ ବୃଦ୍ଧି ପାଇଛି । ଦଶପଲ୍ଲାର ଅନେକ ଅଂଚଳରେ ହାଡ଼ଭଂଗା ଶୀତ ତରଙ୍ଗ ଅନୁଭୂତ ହେଉଥିବାବେଳେ କେତେକ ସ୍ଥାନରେ ପାରଦ ୧୦ ଡିଗ୍ରୀ ସେଲସିୟସ ତଳକୁ ଖସିବା ସହ ସାଧାରଣ ଜୀବନକୁ ପ୍ରଭାବିତ କରିଛି । କଳସାଖମଣ, ଚଢେୟାପଲ୍ଲୀ, ନୂଆଗାଁ, କୁଜାମେଣ୍ଢି, ବାଣୀଗୋଛା ପ୍ରଭୃତି ପାହାଡ଼ିଆ ଅଞ୍ଚଳରେ ଅତ୍ୟନ୍ତ ଶୀତୁଆ ଓ ବର୍ଫିଲା ପାଗ ଦେଖିବାକୁ ମିଳିଥିବା ବେଳେ ରାତିର ତାପମାତ୍ରା ଏହି ଅଞ୍ଚଳରେ ୮ ଡିଗ୍ରୀ ସେଲସିୟସ୍‌ ତଳେ ରହୁଛି । ବିରିଗଡ଼, ପାନାବାରୀ, ତାବେଡା,ଗାଡିଆପଡା,ଶିରିଶିରା ଭଳି କେତେକ ପାହାଡିଆ ଅଞ୍ଚଳରେ ତାପମାତ୍ରା ୭ ଡିଗ୍ରୀ ସେଲସିୟସରୁ ମଧ୍ୟ କମ୍‌ ରେକର୍ଡ କରାଯାଇଥିବାବେଳେ ଆଜି ହାଲକା ବରଫପାତ ହୋଇଥିବା ଦେଖିବାକୁ ମିଳିଛି । ଅତ୍ୟଧିକ ଥଣ୍ଡା ପାଗ ହେତୁ ଗରିବ ଶ୍ରେଣୀର ଲୋକମାନେ କାମଧନ୍ଦାକୁ ମଧ୍ୟ ଯାଇ ନପାରି,ରୋଜଗାର ହରାଉଥିବା ଦେଖିବାକୁ ମିଳୁଛି । ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଆଦିବାସୀ, ଦଳିତ ଗରିବ ଜନସାଧାରଣ ମାନେ ଶୀତବସ୍ତ୍ରର ଅଭାବ ଯୋଗୁଁ ନିଆଁ ଅନ୍ତରାର ସହାୟତା ନେଉଥିବା ଦେଖିବାକୁ ମିଳୁଛି ।

hiranchal ad1
Leave A Reply

Your email address will not be published.

5 × three =