ବନବିଭାଗ ଦ୍ୱାରା କୁଟୁରା ଛୁଆ ଉଦ୍ଧାର

0 28

ଓଡ଼ଗାଁ : ଓଡ଼ଗାଁ ବନାଞ୍ଚଳ ବାହାଡ଼ଝୋଲା ସେକ୍ସନ ଅନ୍ତର୍ଗତ ବାହାଡ଼ଝୋଲା ଗାଁ ନିକଟରୁ ଗୁରୁବାର ବନବିଭାଗ ଏକ କୁଟୁରା ଛୁଆକୁ ଉଦ୍ଧାର କରିଛି । ଉଦ୍ଧାର ପରେ କୁଟୁରା ଛୁଆଟିର ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନିକଟସ୍ଥ ନାରିଆମ୍ବା ଜଙ୍ଗଲରେ ଛାଡି ଦିଆଯାଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ବାହାଡ଼ଝୋଲା ନିକଟସ୍ଥ ଶୁଳିଆ ସଂରକ୍ଷିତ ଜଙ୍ଗଲରୁ କୁଟୁରା ଛୁଆଟି ଗାଁ ମଧ୍ୟକୁ ପଶି ଆସିଥିଲା । ଜନଗହଳି ଦେଖି ଛୁଆଟି ନିଜ ଜୀବନପ୍ରତି ବିପଦ ଥିବା ଭାବି ଦୌଡି ଦୌଡ଼ି ଯାଇ ଜଗନ୍ନାଥ ମନ୍ଦିର ନିକଟରେ ଥିବା କୂଅ ମଧ୍ୟରେ ପଡିଯାଇଥିଲା । ଗାଁ ଲୋକେ ଏ ସଂକ୍ରାନ୍ତରେ ବନବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ । ଖବର ପାଇଁ ବାହାଡ଼ଝୋଲା ଫରେଷ୍ଟର ସନାତନ ସ୍ୱାଇଁ ଓ ଟିମ ଘଟଣାସ୍ଥଳରେ ପହଞ୍ଚି କୁଟୁରାଟିକୁ ଉଦ୍ଧାର କରିଥିଲେ । କୁଟୁରା ଛୁଆଟିର ବୟସ ୩ ବର୍ଷ ଓ ଓଜନ ୧୫କେଜି ହେବ ବୋଲି ବନାଞ୍ଚଳ ଅଧିକାରୀ ନିଖୀଳେଶ ମଲ୍ଲିକ କହିଛନ୍ତି ।

hiranchal ad1
Leave A Reply

Your email address will not be published.

one × 2 =