ଟ୍ରଲର ଚାପାରେ ୪ ବର୍ଷର ଶିଶୁ କନ୍ୟା ମୃତ, ଉତ୍ତ୍ୟକ୍ତ ଲୋକ ଜାଳି ଦେଲେ ଟ୍ରଲର

0 94

ଚମ୍ପୁଆ : ଚମ୍ପୁଆ ନିକଟବର୍ତ୍ତୀ ଜୟନ୍ତିଗଡଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଓଡିଶା ଓ ଝାଡଖଣ୍ଡକୁ ସଂଯୋଗ କରୁଥିବା ବୈତରଣୀ ନଦୀର ପୋଲ ନିକଟରେ ମା ସହ ଚାଲି ଚାଲି ଯାଉଥିବା ଶିଶୁ କନ୍ୟାକୁ ଗାଡି ନମ୍ବର ଏନ୍‌.ଏଲ୍‌ ୦୧ଜି ୮୭୬୩ ନମ୍ବର ଟ୍ରଲରଟି ଧକ୍କା ଦେବା ସହ ଶିଶୁ କନ୍ୟା ଉପରେ ଚଢି ଯାଇଥିଲା । ଫଳରେ ଘଟଣା ସ୍ଥଳରେ ଶିଶୁ କନ୍ୟାଟିର ମୃତ୍ୟୁ ହୋଇଯାଇଥିବା ବେଳେ ମା ଗୁରୁତର ଆହତ ହୋଇଥିଲେ । ଫଳରେ ଉତ୍ତ୍ୟକ୍ତ ଲୋକ ଟ୍ରଲରଟିରେ ନିଆଁ ଲଗାଇ ଦେଇଥିଲେ । ଟ୍ରଲରଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ସ୍ଥାନୀୟ ପୋଲିସ ଘଟଣା ସ୍ଥଳରେ ପହଁଚି ପାଣି ଢାଳି ନିଆଁକୁ ଆୟତ୍ତ କରିଥିଲେ । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଛି ।

hiranchal ad1
Leave A Reply

Your email address will not be published.

six + nine =