ଖୁବଶୀଘ୍ର ଲୋକାର୍ପିତ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ

0 79

ପୁରୀ : ଶ୍ରୀକ୍ଷେତ୍ର ବାସୀଙ୍କର ଦୀର୍ଘଦିନର ଆଶା ପୂରଣ ହେବାକୁ ଯାଉଛି । ଖୁବଶୀଘ୍ର ଲୋକାର୍ପିତ ହେବାକୁ ଯାଉଛି ପୁରୀ ପେଣ୍ଠକଟା ଠାରେ ନିର୍ମାଣ ହୋଇଥିବା ଶ୍ରୀଜଗନ୍ନାଥ ଷ୍ଟାଡିୟମ ତଥା କ୍ରୀଡ଼ା କମ୍‌ପ୍ଲେକ୍ସ । ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ଅତ୍ୟାଧୁନିକ କ୍ରିକେଟ ଷ୍ଟାଡିୟମ, ଇଣ୍ଡୋର ହଲ୍‌ ଏବଂ ସୁଇମିଙ୍ଗ ପୁଲ୍‌ ନିର୍ମାଣ କରାଯାଇଛି । ଇଣ୍ଡୋର ହଲ୍‌ରେ ବକ୍ସିଙ୍ଗ, ରେସଲିଙ୍ଗ, ଜିମ୍ନାସିୟମ ଓ ଟେବୁଲ୍‌ ଟେନିସ୍‌ ଆଦି କ୍ରୀଡ଼ାର ସୁବିଧା ଉପଲବ୍ଧ ହେବ । ଏଥିସହିତ ଏକ ଶହେ ସିଟ୍‌ ବିଶିଷ୍ଟ ସ୍ପୋର୍ଟସ ହଷ୍ଟେଲ ମଧ୍ୟ ନିର୍ମାଣ କରାଯାଇଛି । ପୂର୍ବରୁ ପୁରୀ ସହରରେ ଏକ ଭଲ ଷ୍ଟାଡିୟମ ନଥିବାରୁ ଅନେକ କ୍ରୀଡ଼ାବିତ୍‌ ଭଲ ଅଭ୍ୟାସ ପାଇଁ ସୁଯୋଗ ପାଉନଥିଲେ । ତେବେ ମୁଖ୍ୟମନ୍ତ୍ରୀ କ୍ରୀଡାବିତଙ୍କ ଏହି ସମସ୍ୟା ସମାଧାନ ପାଇଁ ଏକ ଅତ୍ୟାଧୁନିକ ଷ୍ଟାଡିୟମ ଲୋକାର୍ପଣ କରିବାକୁ ଯାଉଥିବାରୁ ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।
ଗତ ୨୦୧୮ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଷ୍ଟାଡିୟମର ଶିଳାନ୍ୟାସ କରିଥିଲେ । ପାଖାପାଖି ୧୪ ଏକର ଜମିରେ ୬୭ କୋଟି ଟଙ୍କା ଅଧିକ ଅର୍ଥ ବ୍ୟୟ କରାଯାଇ ଏହି ଷ୍ଟାଡିୟମ ନିର୍ମାଣ କରାଯାଇଛି । କ୍ରିକେଟ ଷ୍ଟାଡିୟମରେ ରଣଜୀ ଟ୍ରଫି ଭଳି ଫାଷ୍ଟ କ୍ଲାସ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ । ଦୁଇ ହଜାର ଦର୍ଶକ ଖେଳକୁ ଉପଭୋଗ କଲାଭଳି ସୁନ୍ଦର ପାଭିଲିଅନ୍‌ ମଧ୍ୟ ରହିଛି । ସେହିପରି କ୍ରିକେଟ ଏକାଡେମୀର ବ୍ୟବସ୍ଥା କରାଯାଇଥିବା ବେଳେ ଏଥିରେ ଓଡ଼ିଶାର ଦକ୍ଷ ଖେଳାଳି ମାନେ ରହି ଅଭ୍ୟାସ କରିବେ । ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ପଦକ୍ଷେପକୁ ପୁରୀର କ୍ରୀଡା ସଂଗଠକ ଓ କ୍ରୀଡାବିତ୍‌ ମାନେ ପ୍ରଶଂସା କରିଥିବା ବେଳେ ଏହି କ୍ରିକେଟ ଷ୍ଟାଡିୟମ ପୁରୀକୁ କ୍ରୀଡ଼ା କ୍ଷେତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେବ ବୋଲି କହିଛନ୍ତି ଜିଲ୍ଲାପାଳ ।

hiranchal ad1
Leave A Reply

Your email address will not be published.

one × 1 =