ଲୁଟେରା ଗିରଫ

0 51

ପୁରୀ : ସହରରେ ଲଗାତାର ଲୁଟପାଟ କରିଥିବା ଜଣେ ଲୁଟେରାକୁ ପୁରୀ ସମୁଦ୍ରକୂଳ ଥାନା ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି । ଗିରଫ ଲୁଟେରା କଣାସ ଗଡବଡପୁଟ ଗାଁର ସୁବ୍ରତ କୁମାର ବରାଳ । ତାଠାରୁ ବାଇକ୍‌ ଓ ସୁନା ଅଳଙ୍କାର ଜବତ ହୋଇଛି । ଗତ ଡ଼ିସେମ୍ବର ୧ ତାରିଖରେ ପଶ୍ଚିମବଙ୍ଗର ଜଣେ ପର୍ଯ୍ୟଟକ କାର ପାର୍କିଂ କରି ହୋଟେଲ ରୁମକୁ ଯାଉଥିବାବେଳେ ତାଙ୍କ ପତ୍ନୀଙ୍କ ବେକରୁ ଲୁଟେରା ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଥିଲା । ସେ ସମୁଦ୍ରକୂଳ ଓ ବଳିଆପଣ୍ଡା ଅଞ୍ଚଳରେ ଲଗାତାର ଲୁଟପାଟ କରି ୧୦ଟି ମାମଲାରେ ଜଡ଼ିତ ଥିଲା ।

hiranchal ad1
Leave A Reply

Your email address will not be published.

eleven + 11 =