ସୁବର୍ଣ୍ଣପୁରଠାରେ ପ୍ରଗତିଶୀଳ ଡୁମାଳ ସମାଜର ବୈଠକ ଅନୁଷ୍ଠିତ

0 76

ସୁବର୍ଣ୍ଣପୁର: ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ ସୁଦୃଢ କରିବାର ସଂକଳ୍ପ ନେଇ ସୋନପୁର ସହରରେ ରହୁଥିବା ଡୁମାଳ ପରିବାରର ଏକ ସାଂଗଠନିକ ବୈଠକ ସୁବର୍ଣ୍ଣପୁର ଛିନଛାନ ଡୁଙ୍ଗୁରିଠାରେ ଗତକାଲି ନଗର ସଭାପତି ଲକ୍ଷ୍ମଣ ଦେହୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମାଁ ମାହେଶ୍ୱରୀଙ୍କ ପୂଜାର୍ଚ୍ଚନା ପରେ ଯୁବ ଡୁମାଳ ସଂଗଠକ ରଂଜୁ ଅମାତ ସ୍ୱାଗତ ଭାଷଣ ଦେଇ ମାହେଶ୍ୱରୀଙ୍କ ଆର୍ଶୀବାଦ ପାଇଁ ପ୍ରାର୍ଥନା କରିଥିଲେ । ଅନ୍ୟତମ ଅତିଥି ଭାବେ ଅଧ୍ୟାପକ ଡ଼. ସୌରଭ ରଂଜନ ଖମାରୀ ଯୋଗଦେଇ ସମସ୍ତ ଡୁମାଳ ଜାତିର ବିକାଶ ପାଇଁ ସମସ୍ତଙ୍କ ଉଦ୍ୟମ ଦରକାର ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ବ୍ୟାଙ୍କ ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ସୁରେଶ ପାତ୍ର, ସୋନପୁର ଓ ଏଭିଏସ ଅଧ୍ୟକ୍ଷ ଅରୁଣ ମହାକୁଡ଼, ଲାଇବ୍ରେରୀୟନ ଶିବ ମହାକୁଡ଼, ଶିକ୍ଷକ ଗଙ୍ଗାଧର ମହାକୁଡ଼, ଅଧ୍ୟାପକ ରବୀନ୍ଦ୍ର ପ୍ରଧାନ, ମୁରଲୀଧର ପାତ୍ର, ଭାର୍ଜନ ପ୍ରଧାନ, ଶିବ କର୍ମୀ ପ୍ରମୁଖ ଯୋଗଦେଇ ଶିକ୍ଷା, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରକୁ କିପରି ସୁଦୃଢ କରାଯିବ ବକ୍ତବ୍ୟ ଦେଇଥିଲେ । ବୈଠକ ଦ୍ୱାରା ଭାଇଚାରା ପ୍ରତିଷ୍ଠା ହୋଇପାରୁଛି ବୋଲି ଉପସ୍ଥିତ ମା ମାନେ ମଧ୍ୟ ମତବ୍ୟକ୍ତ କରିଥିଲେ । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ଜୟନାରାୟଣ ମେଣ୍ଡେଲି, କୁନାଲ ପ୍ରଧାନଙ୍କ ସମେତ ସହରର ଅନେକ ଯୁବ ଡୁମାଳ ସଂଗଠକ ସହଯୋଗ କରିଥିଲେ ।

hiranchal ad1
Leave A Reply

Your email address will not be published.

twelve + eight =