୫ ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଲେ ସିଜେଆଇ

0 40

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟ ପାଇଁ ନବ ନିଯୁକ୍ତ ୫ଜଣ ବିଚାରପତିଙ୍କୁ ଆଜି ଭାରତର ପ୍ରଧାନ ବିଚାରପତି ଡି. ୱାଇ. ଚନ୍ଦ୍ରଚୂଡ଼ ଶପଥ ପାଠ କରାଇଛନ୍ତି।

ଆଜି ଶପଥ ଗ୍ରହଣ କରିଥିବା ନୂଆ ବିଚାରପତିମାନେ ହେଲେ, ଜଷ୍ଟିସ୍‌ ପଙ୍କଜ ମିଥଲ୍‌, ଜଷ୍ଟିସ୍‌ ସଞ୍ଜୟ କରୋଲ୍‌, ଜଷ୍ଟିସ୍‌ ପି. ଭି. ସଞ୍ଜୟ କୁମାର, ଜଷ୍ଟିସ୍‌ ଅସାନୁଦ୍ଦୀନ ଅମନୁଲ୍ଲା ଏବଂ ଜଷ୍ଟିସ୍‌ ମନୋଜ ମିଶ୍ର। ଦୁଇ ଦିନ ପୂର୍ବେ କେନ୍ଦ୍ର ସରକାର ସେମାନଙ୍କୁ ନିଯୁକ୍ତି ଦେଇଥିଲେ। ତା’ପୂର୍ବରୁ ଗତବର୍ଷ ଡିସେମ୍ବର ମାସରେ ସୁପ୍ରିମ୍‌କୋର୍ଟର କଲିଜିୟମ୍‌ ଏହି ବିଚାରପତିମାନଙ୍କ ନାମ ସୁପାରିସ କରି କେନ୍ଦ୍ର ସରକାରଙ୍କ ନିକଟକୁ ପଠାଇଥିଲେ।

hiring

ସୁପ୍ରିମ୍‌ କୋର୍ଟର ନୂଆ ଅଟ୍ଟାଳିକ ପରିସରସ୍ଥ ଅଡିଟରିୟମ୍‌ରେ ଏଥିପାଇଁ ବ୍ୟବସ୍ଥା କରାଯାଇଥିଲା। ଏହି ଶପଥ ଗ୍ରହଣ ସମାରୋହରେ ସୁପ୍ରିମ୍‌ କୋର୍ଟର ଅନ୍ୟ ବିଚାରପତି, ଓକିଲ ଏବଂ ନୂଆ ବିଚାରପତିମାନଙ୍କ ପରିବାରବର୍ଗ ଯୋଗ ଦେଇଥିଲେ।

ଆଜି ୫ଜଣ ନୂଆ ବିଚାରପତି ଶପଥ ଗ୍ରହଣ କରିବା ପରେ ସୁପ୍ରିମ୍‌ କୋର୍ଟର ବିଚାରପତି ସଂଖ୍ୟା ୩୨କୁ ବୃଦ୍ଧି ପାଇଲା। ନିୟମାନୁସାରେ, ସୁପ୍ରିମ୍‌ କୋର୍ଟରେ ସମୁଦାୟ ୩୪ଜଣ ବିଚାରପତି ରହିବା କଥା। କିନ୍ତୁ, ଚଳିତ ବର୍ଷ ୯ଜଣ ବିଚାରପତି ଅବସର ଗ୍ରହଣ କରିବାରୁ ବିଚାରପତି ପଦବୀ ଖାଲି ପଡ଼ିଥିଲା।

hiranchal ad1
Leave A Reply

Your email address will not be published.

five × 1 =