ବିଜେଡି ବିଧାୟକଙ୍କ ନାମରେ ମାମଲା ରୁୁଜୁ

0 42

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବିଜେଡି ବିଧାୟକ ଭାଗିରଥି ସେଠୀଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଛି । ଆନନ୍ଦପୁର ବ୍ଲକ ୩ ନଂ ଜିଲ୍ଲା ପରିଷଦ ଜୋନର ବିଜେପି ସଦସ୍ୟା ଅସୀମା ମିଶ୍ରଙ୍କ ଅଭିଯୋଗକୁ ଭିତ୍ତି କରି ଏହି ମାମଲା ଦାୟର ହୋଇଥିବା ଜଣାପଡିଛି ।
ଗତବର୍ଷ ଅଗଷ୍ଟ ୩୦ ତାରିଖ ଦିନ ଆନନ୍ଦପୁର ପଞ୍ଚାୟତ ସମିତି ବୈଠକ ଚାଲିଥିବା ସମୟରେ ବିଧାୟକ ଶ୍ରୀ ସେଠୀ ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ମିଶ୍ରଙ୍କ ପ୍ରତି ଅଶାଳୀନ ବକ୍ତବ୍ୟ ଦେବା ସହିତ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏଥିନେଇ ସେ ସ୍ଥାନୀୟ ପୁଲିସ ସହିତ ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଥିଲେ । ମାତ୍ର ପୁଲିସ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁସେ ଉଚ୍ଚନ୍ୟାୟାଳୟରେ ଆଶ୍ରୟ ନେଇଥିଲେ । ଉଚ୍ଚ ନ୍ୟାୟାଳୟର ନିର୍ଦ୍ଦେଶକ୍ରମେ ଆନନ୍ଦପୁର ଥାନାରେ ବିଧାୟକ ଶ୍ରୀ ସେଠୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । 

hiranchal ad1
Leave A Reply

Your email address will not be published.

one × two =