ନିର୍ବାଚନ ପାଇଁ ଯାନବାହନ କଡାକଡି ଯାଞ୍ଚ୍‌

0 369

ଦଶପଲ୍ଲା : -୨୦୨୪ ସାଧାରଣ ନିର୍ବାଚନର ପ୍ରାର୍ଥୀ ମାନେ ଭୋଟରଙ୍କୁ ଆକୃଷ୍ଟ କରିବାକୁ ସମସ୍ତ ପ୍ରୟାସ ଜାରି ରଖିଛନ୍ତି । ରାଜନୈତିକ ବାତାବରଣକୁ ଦୃଷ୍ଟିରେ ରଖି ସରକାରଙ୍କ ସମସ୍ତ ବିଭାଗ ମଧ୍ୟ ତତ୍ପର ରହିଥାନ୍ତି । ପୋଲିସ ପ୍ରଶାସନ ହେଉ ଅବା ସ୍ୱାସ୍ଥ୍ୟ ବିଭାଗ ହେଉ ଅବା ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଏସ.ଏସ.ଟି ଟିମ୍‌ ସମସ୍ତେ ନିଜ ନିଜର ଦାୟତ୍ୱ ତୁଲାଇଥାନ୍ତି । ଆଗାମୀ ସାଧାରଣ ନିର୍ବାଚନକୁ ସ୍ୱଚ୍ଛ, ଅବାଧ ଓ ନିରପେକ୍ଷ କରିବା ପାଇଁ ପ୍ରଶାସନ ତରଫରୁ ପ୍ରତ୍ୟେକ ବ୍ଲକରେ କଡାକଡି ଭାବରେ ଚେକିଂ କରାଯାଉଛି । ଫ୍ଲାଇଙ୍ଗ ସ୍କ୍ୱାର୍ଡ ଓ ଏସ. ଏସ. ଟି. ଟିମ୍‌ ତଥା ପୋଲିସର ମିଳିତ ସହଯୋଗରେ ଗଣିଆ, ଦଶପଲ୍ଲା, ନୂଆଗାଁ ଓ ବାଣିଗୋଛା ଥାନା ଅନ୍ତର୍ଗତ ସମସ୍ତ ସ୍ଥାନରେ ଚେକିଙ୍ଗ ଜୋରଦାର ଚାଲିଛି । ଏସ.ଏସ.ଟି. ଟିମ୍‌ର ମୁଖ୍ୟ ରାଧେଶ୍ୟାମ କଲୁଙ୍କ ଦାଇତ୍ୱ ସକାଳୁ ସନ୍ଧ୍ୟା ଯାଏଁ ଚେକିଙ୍ଗ କରୁଥିବାବେଳେ ସନ୍ଧ୍ୟା ରୁ ସକାଳ ପର୍ଯ୍ୟନ୍ତ ଫ୍ଲାଇଙ୍ଗ ସ୍କ୍ୱାର୍ଡ ଚେକିଙ୍ଗ କରୁଛନ୍ତିି । ରାସ୍ତାରେ ଯାଉଥିବା ସମସ୍ତ ଯାନବାହାନ, ସେ ପଦାଧିକାରୀ ହୁଅନ୍ତୁ କି ସାମ୍ବାଦିକ ଅବା ସାଧାରଣ ଲୋକ ସମସ୍ତଙ୍କ ଗାଡ଼ି ଯାଞ୍ଚ ସହିତ ଭିଡିଓ ଫଟୋ ଉଠାଇ ପ୍ରମାଣ ରଖାଯାଉଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

4 + 4 =