ବୌଦ୍ଧ ଓ କଣ୍ଟାମାଳ ବିଜେପି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ, ଜନସମାଗମ ଦେଖି ବିଜେଡି ଶିବିରରେ ଛନକା

0 41

ବୌଦ୍ଧ: ବୁଧବାର ବିଜେପିର ନାମାଙ୍କନ ପତ୍ର ଦାଖଲ ହୋଇଛି । ବିଶାଳ ଜନସମାଗମ ଦେଖି ବିଜେଡି ଛାନିଆଁ ହୋଇଯାଇଛି । ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲ୍ଲା ଭାରତୀୟ ଜନତା ପାର୍ଟିର ବୌଦ୍ଧ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଓ କଣ୍ଟାମାଳ ବିଧାନସଭା ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ବୁଧବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଉଭୟ ନିର୍ବାଚନ ମଣ୍ଡଳୀର ବିଜେପିର ହଜାର ହଜାର ସମର୍ଥକ ବୌଦ୍ଧସହର ସ୍ଥିତ ରାମେଶ୍ୱର ମନ୍ଦିରରେ ଏକତ୍ରିତ ହୋଇଥିଲେ । ସେଠାରେ ଉଭୟ ପ୍ରାର୍ଥୀ ପହଞ୍ଚିବା ପରେ ସେଠାରୁ ଏକ ଶୋଭାଯାତ୍ରାରେ ଆସି ସ୍ଥାନୀୟ ରଘୁନାଥ ମନ୍ଦିରରେ ପ୍ରଭୁ ଶ୍ରୀରାମଙ୍କ ନିକଟରେ ପୂଜାର୍ଚ୍ଚନା କରି ବାହାରିଥିଲେ । ଏହି ବିଶାଳ ଶୋଭାଯାତ୍ରା ସହରର ଗାନ୍ଧିଛକ, ଏନଏସି ଛକ, ୱାର୍ଲେସ ଛକ ଓ କୋର୍ଟ ଛକ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ହଜାର ହଜାର କର୍ମୀ ଓ ଜନତାଙ୍କ ସମାଗମରେ ବିଜେପି ଶକ୍ତି ପ୍ରଦର୍ଶନ କରିଥିଲା ।

hiring

ତେବେ ଏହି ବିଶାଳ ଜନ ସମାଗମ ବିଜେପି ଶିବିରକୁ ଆହୁରି ଉତ୍ସାହିତ କରିଥିବାବେଳେ ବିଜେଡି ଗଡ଼ ଭାବେ ଥିବା ଦୁଇ ବିଧାନସଭା ମଣ୍ଡଳୀରେ ଛନକା ପଶିଛି । ରାଜନୀତି ପଶାପାଲିିରେ ଦୁଇ ବିଧାନସଭା ମଣ୍ଡଳୀ ବିଜେପି ଅକ୍ତିଆର କରିବ ବୋଲି ଆଶା ବାନ୍ଧିଛି ବିଜେପି । ଅନ୍ୟ ପଟେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ କହ୍ନେଇ ଚରଣ ଡାଙ୍ଗ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟ ଭଞ୍ଜନ ମଦନ ମୋହନ ପାତ୍ରଙ୍କ ନିକଟରେ ଓ ବୌଦ୍ଧ ବିଧାନସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ସରୋଜ କୁମାର ପ୍ରଧାନ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଉପଜିଲ୍ଲାପାଳ ପ୍ରଭାସ ଚନ୍ଦ୍ର ଦଣ୍ଡସେନାଙ୍କ ନିକଟରେ ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ବିଜେପିର ଏହି ଶୋଭାଯାତ୍ରାରେ ପ୍ରାର୍ଥୀଙ୍କ ସହ କନ୍ଧମାଳ ସାଂସଦ ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ, ବରିଷ୍ଠ ବିଜେପି ନେତା ସଚ୍ଚିଦାନନ୍ଦ ଦଲାଲ, ସୁଶାନ୍ତ ପ୍ରଧାନ, ଶେଷଦେବ ମେହେର, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ,ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ସମେତ ବହୁ ନେତା ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

3 × 4 =