ଯୁବ ଓଡ଼ିଶା, ନବୀନ ଓଡ଼ିଶା ଆନୁକୂଲ୍ୟରେ ଭୈରବୀ ମହାବିଦ୍ୟାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ

0 83

ହରଭଙ୍ଗା :ଭୈରବୀ ଡିଗ୍ରୀ ମହାବିଦ୍ୟାଳୟ ପୁରୁଣା କଟକ ଠାରେ ନୂଆ ଓ ଯୁବ ଓଡ଼ିଶା, ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାଂସ୍କୃତିକ ପ୍ରତିଯୋଗିତା ଆଜି ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପୁରୁଣା କଟକ ସରପଞ୍ଚ ଅଶୋକ କୁମାର ସେଠୀ ଯୋଗ ଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ରମେଶ ଚନ୍ଦ୍ର ତାରେନିଆଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ସମ୍ମାନୀତ ଅତିଥି ଭାବେ ମୁଖ୍ୟ ନୋଡାଲ ଅଫିସର ଡ଼ ପ୍ରମୋଦ କୁମାର ମହାପାତ୍ର, ଅଧ୍ୟାପିକା ସୁଷମା ରାଣୀ ବହିଦାର, ଶୁଭ୍ରା ମଲ୍ଲିକା ପ୍ରଧାନ, ଅଧ୍ୟାପକ ସୁରେଶ୍ୱର ଯୋଶୀ, ପୀତବାସ ମେହେର, ନିହାର ରଞ୍ଜନ ମିଶ୍ର, ଅଭିମନ୍ୟୁ ସାହୁ ଯୋଗ ଦେଇଥିଲେ । ଅଧ୍ୟାପିକା ପୂଜାରାଣୀ ଦେଓ ଧନ୍ୟବାଦ୍‌ ଅର୍ପଣ କରିଥିଲେ । ସାଂସ୍କୃତିକ ନୋଡାଲ ଅଫିସର ରଞ୍ଜିତ କୁମାର ସାମଲଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ କବିତା ଆବୃତ୍ତି, ଆଶୁ ଭାଷଣ, ଚିତ୍ରାଙ୍କନ ଓ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ଆସନ୍ତାକାଲି ସାମାଜିକ ସଚେତନତା କାର୍ଯ୍ୟକ୍ରମ ବାଲ୍ୟ ବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ସଚେତନତା କାର୍ଯକ୍ରମ କରାଯିବ ନେଇ ସ୍ଥିର କରାଯାଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

fourteen − thirteen =