କ୍ୟାମେରାରେ କଏଦ ହେଲା ମଣିଷ ଖିଆ କଲରାପତରିଆ ବାଘ

0 50

ନୂଆପଡ଼ା : ନୂଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ସୋସେଙ୍ଗ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜଳମଡ଼ାଇ ଗ୍ରାମରେ ଜଣେ ବୃଦ୍ଧାଙ୍କୁ ଗତ ୧୯ ତାରିଖ ଦିନ ଏକ କଲରାପତରିଆ ବାଘା ମାରି ଖାଇଥିବା ଜଣାପଡିଥିଲା । ସୁନାବେଡା ଅଭୟାରଣ୍ୟରେ ମଣିଷ ଖିଆ ସେହି କଲରାପତରିଆ ବାଘ କ୍ୟାମେରାରେ କଏଦ ହୋଇଥିବା ଜଣାପଡିଛି । ବାଘ ଆତଙ୍କ ନେଇ ବନ୍ୟ ପ୍ରାଣୀ ବିଭାଗ ପକ୍ଷରୁ ଟ୍ରେପ କେମେରା ଖଞ୍ଜା ହୋଇଥିଲା । ସେହି କ୍ୟାମେରାରେ ମଣିଷ ଖିଆ କଲରାପତରିଆ ବାଘ ଫଟୋଚିତ୍ର କଏଦ ହୋଇଅଛି । ତିନି ଗୋଟି ଫଟୋଚିତ୍ର ଉତ୍ତୋଳନ ହୋଇଛି । ଗୋଟିଏ ଫଟୋରେ କଲରାପତରିଆ ବାଘ ଚଳପ୍ରଚଳ କରୁଥିବା ଜଣାପଡିଅଛି । ଗତକାଲି ଏକ ବଳଦକୁ ଆକ୍ରମଣ କରି ଆହାର ବନାଇବା ପରେ ସେହି ଅଞ୍ଚଳରେ କ୍ୟାମେରାରେ ବାଘର ଚିତ୍ର ଉତ୍ତୋଳନ ହୋଇଅଛି । ବନ୍ୟ ପ୍ରାଣୀ ବନାଞ୍ଚଳ ଅଧିକାରୀ ଶିବ ଖମାରୀ ପ୍ରକାଶ କରିଛନ୍ତି । ପୁରୁଷ କଲରାପତରିଆ ବାଘ ବୋଲି ଅନୁମାନ କରୁଥିବା ବେଳେ ବାଘର ବୟସ ୮ ବର୍ଷରୁ ଉଦ୍ଧ୍ୱର୍ ହେବା ଅନୁମାନ ଅଟେ । ବାଘୁଣୀ ମଧ୍ୟ ଥାଇପାରେ ବୋଲି ବିଭାଗ ପକ୍ଷରୁ କୁହାଯାଉଛି ।

hiranchal ad1
Leave A Reply

Your email address will not be published.

19 − 19 =