ରାମ ନବମୀରେ ରଥ କାଠ ଚିରଟର ଶୁଭାରମ୍ଭ

0 56

ପୁରୀ : ପବିତ୍ର ଶ୍ରୀରାମ ନବମୀରେ ଖପୁରିଆ କରତ କଳରେ ରଥ କାଠ ଚିରଟ ଶୁଭାରମ୍ଭ ହୋଇଛି । ଜୁନ ୨୦ ତାରିଖରେ ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥ ଯାତ୍ରା । ଶ୍ରୀରାମ ନବମୀ ଅବସରରେ ପରମ୍ପରା କ୍ରମେ ରଥ କାଠ ଚିରଟ ଅନୁକୂଳ ହୋଇଛି । ଏପ୍ରିଲ ୨୩ ତାରିଖରେ ମହାପ୍ରଭୁ ଚନ୍ଦନ ଯାତ୍ରା ଶୁଭାରମ୍ଭ ସହ ରଥ କାର୍ଯ୍ୟ ଶୁଭାରମ୍ଭ ହୋଇଥାଏ । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ସରସ୍ୱତୀ ପୂଜା ଠାରୁ ପୂଜା କରାଯାଇଥିବା ତିନିଗୋଟି ଧଉରା କାଠକୁ ହୋମ କାର୍ଯ୍ୟରେ ଦେଉଳ ପୁରୋହିତ ପୂର୍ଣ୍ଣାହୁତି ଦେବାପରେ ସେଠାକୁ ଶ୍ରୀମନ୍ଦିର ମଣିବିମାନରେ ମଦନମୋହନ, ଭୁଦେବୀ, ଶ୍ରୀଦେବୀ, ପାଲିଙ୍କିରେ ରାମକୃଷ୍ଣ ଓ ପାଞ୍ଚୁପାଣ୍ଡବ ରଥଖଳାରେ ପହଞ୍ଚିବା ସମୟରେ ଶ୍ରୀମନ୍ଦିରରୁ ପୂଜାପଣ୍ଡା ସାମନ୍ତ ମହାପ୍ରଭୁଙ୍କ ଲାଗିମାଳ ଆଣି ରଥ କାଠ ଉପରେ ଲାଗି କରିଥାନ୍ତି । ଶ୍ରୀମନ୍ଦିର ପୁରୋହିତଙ୍କ ଦ୍ୱାରା ରଥକାଠ ପୂଜା ବିଧି ସମ୍ପୂର୍ଣ୍ଣ ହୁଏ । ତିନି ରଥର ମୁଖ୍ୟ ମହାରଣା ରଥକାର୍ଯ୍ୟ ଶୁଭାରମ୍ଭ କରିଥାନ୍ତି । ରଥରେ ବ୍ୟବହାର ହେଉଥିବା କାଠକୁ ଚିରଟ କରିବାକୁ ପାଇଁ ରାମ ନବମୀରେ ଅନୁକୂଳ କରାଯାଏ ।

hiring


ଆଜି ପବିତ୍ର ଶ୍ରୀରାମ ନବମୀ । ଏହି ଅବସରରେ ରଥ କାଠ ଚିରଟ ଅନୁକୂଳ ହୋଇଥାଏ । ରଥ ନିର୍ମାଣ ପରମ୍ପରା ଅନୁସାରେ ରାମନବମୀରେ କାଠ ଚିରଟର ଶୁଭାରମ୍ଭ ହୁଏ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଦଳ ଠାକୁରଙ୍କ ମାଳ ମାହାର୍ଦ୍ଦ ନେଇ କଟକ ଯାତ୍ରା କରିଥିଲେ । ଖପୁରିଆସ୍ଥିତ କରତକଳରେ ମହାପ୍ରଭୁଙ୍କ ରଥ ର୍ନିମାଣ ପାଇଁ କାଠ ଚିରା ଅନୁକୂଳ କରାଯାଇଥିଲା । ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ନିତିପ୍ରଶାସକ ଜିତେନ୍ଦ୍ର ଦାସ, ରଥ ଅମିନ ଲକ୍ଷ୍ମଣ ମହାପାତ୍ର, ଭୋଇ ସର୍ଦ୍ଧାର ରବି ଭୋଇ ,ବରିଷ୍ଠ ତତ୍ତ୍ୱାବାଧାର ସୁଦର୍ଶନ ମେକାପ ପ୍ରମୁଖ ଏକ ଟିମ ଯାତ୍ରା କରିଥିଲେ ।

hiranchal ad1
Leave A Reply

Your email address will not be published.

16 − fourteen =