ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

0 75

ଯାଜପୁର :ମଙ୍ଗଳବାର ଜିଲ୍ଲା ଓ ଦୌରାଜଜ୍‌ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷା ଡ.ଜୀବନଜ୍ୟୋତି ରଥଙ୍କ ନିର୍ଦ୍ଦେଶକ୍ରମେ ଏକ ଆଇନ ସଚେତନତା ଶିବିର ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତୀ ଜ୍ୟୋତିର୍ମୟୀ ଦାସ ପରିଚାଳନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଳାର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ତଥା -ସ୍ପେଶାଲ ଜଜ, ପୋକ୍ସ କୋର୍ଟ, ଯାଜପୁର ଅଭିଜିତ୍‌ ପଲେଇ ଯୋଗ ଦେଇ ଆଇନ ପାଠ ପଢୁଥିବା ଛାତ୍ର/ଛାତ୍ରୀମାନଙ୍କୁ ଆଇନର ବିଭିନ୍ନ ବିଷୟରେ କହିଥିଲେ । ବରିଷ୍ଠ ଦେୱାନୀ ବିଚାରପତି, ଯାଜପୁର ସତ୍ୟାପ୍ରକାଶ ରାୟ ଚୌଧରୀ ଇ-ଫାଇଲିଂ ତଥା ଭିଡିଓ କନଫେରନସିଂ ରୁଲସ୍‌ ବିଷୟରେ କହିଥିଲେ । ଅନ୍ୟ ମାନଙ୍କର ମଧ୍ୟରେ, ଶିଶୁ ସୁରକ୍ଷା ଧିକାରୀ, ଯାଜପୁର ନିରଂଜନ କର, ସମାଜସେବୀ ଡଃ. ଋୁଦ୍ର ନାରାୟଣ ପୃଷ୍ଠି ଏବଂ ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁରର ପ୍ରଧ୍ୟାପକ ଶଶାଙ୍କଶେଖର ପାଣିଗ୍ରାହୀ ପ୍ରମୁଖ ଅତିଥି ଯୋଗ ଦେଇ ଆଇନର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ ।
ବିରଜା ଆଇନ ମହାବିଦ୍ୟାଳୟ, ଯାଜପୁରର ଅଧ୍ୟ୍ୟାପକ ସୁଦର୍ଶନ ବେହେରା ଧନ୍ୟବାଦ ଅର୍ପଣ କରିଥିବାବେଳେ ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀଗଣ ସହଯୋଗ କରିଥିଲେ । ସଚେତନତା କାର୍ଯ୍ୟକ୍ରମରେ ଆଇନ ମହାବିଦ୍ୟାଳୟର ଅଧ୍ୟାପକ/ଅଧ୍ୟାପିକ ମାନଙ୍କ ସହ ବହୁ ସଂଖ୍ୟାରେ ଆଇନ ଛାତ୍ର/ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ ।

hiranchal ad1
Leave A Reply

Your email address will not be published.

one × three =