ବିଜେପି ଯୁବ ମୋର୍ଚ୍ଚା ତରଫରୁ ୧୨ ଘଣ୍ଟିଆ ନବରଙ୍ଗପୁର ଜିଲ୍ଲା ବନ୍ଦ ଡାକରା, ନନ୍ଦାହାଣ୍ଡିରେ ପ୍ରଭାବ

0 46

ନନ୍ଦାହାଣ୍ଡି : ୬ ଦଫା ଦାବି ନେଇ ଆଜି ନବରଙ୍ଗପୁର ବିଜେପି ଯୁବ ମୋର୍ଚ୍ଚା ତରଫରୁ ନବରଙ୍ଗପୁର ଜିଲ୍ଲା ବନ୍ଦ ପାଳନ କରାଯାଉଛି । ଏହାର ପ୍ରଭାବ ନନ୍ଦାହାଣ୍ଡି ବ୍ଲକ ରେ ଦେଖିବାକୁ ମିଳିଛି । ନନ୍ଦାହାଣ୍ଡି ବିଜେପି ବ୍ଲକ ସଭାପତି କୃଷ୍ଣ ଚନ୍ଦ୍ର ନାୟକ ଓ ବ୍ଲକ ବିଜେପି ଯୁବମୋର୍ଚ୍ଚା ସଭାପତି ଲଛମନ ଗୌଡଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ଡଙ୍ଗର ଭେଜା ଛକ ଠାରେ ରାସ୍ତା ଅବରୋଧ କରିଛନ୍ତି । ଫଳରେ ଉକ୍ତ ରାସ୍ତା ଦେଇ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଛି । ବ୍ଲକ କାର୍ଯ୍ୟାଳୟ ସମେତ ବ୍ଲକର ବିଭିନ୍ନ କାର୍ଯ୍ୟାଳୟ ସହ ବିଦ୍ୟାଳୟ ଓ ଦୋକାନ ବଜାର ବନ୍ଦ ଥିବା ଦେଖିବାକୁ ମିଳିଥିଲା । ଆଜି ଡଙ୍ଗର ଭେଜା ଠାରେ ସାପ୍ତାହିକ ହାଟରେ ମଧ୍ୟ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ନବରଙ୍ଗପୁର, ଜୟପୁର ଓ ନବରଂଗପୁର ଜୁନାଗଡ଼ ରେଳ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଅର୍ଥ ବ୍ୟୟବରାଦ କରୁଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଜମି ଗ୍ରହଣରେ ଅହେତୁକ ବିଳମ୍ବ ପ୍ରତିବାଦ ସହ ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତି ପ୍ରକ୍ରିୟା ରାଜ୍ୟ ଭିତ୍ତିକ ହୋଇଥିବାରୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବି କରିଛନ୍ତି । ଜିଲ୍ଲାର ଦୁଇଟି ପୁରାତନ ମହାବିଦ୍ୟାଳୟ ନବରଙ୍ଗପୁର ମହାବିଦ୍ୟାଳୟ ଓ ଉମରକୋଟ ସ୍ଥିତ ପେଣ୍ଡରାଣି ମହବବିଦ୍ୟାଳୟକୁ ସରକାରୀ ମାନ୍ୟତା ପ୍ରଦାନ କରିବା ଦାବି, ଉମରକୋଟଠାରେ ପ୍ରସ୍ତାବିତ ୫୦୦ କୋଟି ଟଙ୍କା ବ୍ୟୟ ମୂଲ୍ୟର ଇଥନାଲ ପ୍ରୋଜେକ୍ଟ ପାଇଁ ଜମି ଅଧିଗ୍ରହଣ, ଜିଲ୍ଲାର ମେଡ଼ିକାଲ ମାନଙ୍କରେ ଡକ୍ଟର ଓ ବିଶେଷଜ୍ଞ ଡକ୍ଟର ନିଯୁକ୍ତି ଦାବି ସହ ଜିଲ୍ଲାର ଉମରକୋଟକୁ ସବଡିଭିଜନ ଦାବି ନେଇ ଏହି ବନ୍ଦ ପାଳନ କରାଯାଉଛି । ଯଦି ଖୁବଶୀଘ୍ର ଦାବି ପୂରଣ ନ ହେଲେ ଭବିଷ୍ୟତରେ ସଚିବାଳୟ ସମ୍ମୁଖରେ ପ୍ରତିବାଦର ଧାରଣା ଦିଆଯିବ ବୋଲି କହିଛନ୍ତି ବ୍ଲକ ବିଜେପି ସଭାପତି । ଆଜିର ବନ୍ଦ ପାଳନ ଅବସରରେ ବ୍ଲକର ୫୦ରୁ ଉଦ୍ଧ୍ୱର୍ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଓ କର୍ମୀମାନେ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

twenty − five =