ବ୍ରାଉନସୁଗାର ଜବତ, ପୁଣି ଜଣେ ଅଭିଯୁକ୍ତ ଗିରଫ

0 43

ପୁରୀ : ପୁରୀ ଅବକାରୀ ଅଧିକ୍ଷକ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦ୍ଦେଶକ୍ରମେ ପୁରୀ ଅବକାରୀ ସଦର ରେଞ୍ଜ ନିରୀକ୍ଷିକା ମାନସୀ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୋଣାର୍କ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଙ୍କନିଧି ମଲ୍ଲିକଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ଭାଣପୁର ଗ୍ରାମର ପ୍ରଫୁଲ୍ଲ କୁମାର ପରିଡା(୪୯)ଙ୍କୁ ଗୋପ ଥାନା ଅଧୀନ ଯୋଗେଶ୍ୱରପୁର ସିନେମାହଲ ଛକରୁ ଗିରଫ କରିଛନ୍ତି । ତାଙ୍କ SUZUKI Scooty Registration No-OD 02 CD 4650 ସହ ତାଙ୍କ ନିକଟରୁ ୧୧୦ ଗ୍ରାମ ବ୍ରାଉନ ସୁଗାର (ହେରୋଇନ ) ସହ ୧୫,୦୦୦ ଟଙ୍କା ମଧ୍ୟ ଜବତ କରିଛନ୍ତି । ଅଭିଯୁକ୍ତଙ୍କୁ କୋଣାର୍କ ଅବକାରୀ ଥାନା କେସ ନଂ -୧୩୮/୨୨-୨୩ରେ କୋର୍ଟ ଚାଲାଣ କରାଯାଇଥିବାବେଳେ ଜାମିନ ନାମଞ୍ଜୁର ହେବାରୁ ନିମାପଡା ଉପ-କାରାଗାରକୁ ପଠାଯାଇଛି । ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୧୧,୦୦୦୦୦ (ଏଗାର ଲକ୍ଷ)ଟଙ୍କାରୁ ଉର୍ଦ୍ଧ୍ୱ ହେବ । ଏହି ଚଢ଼ାଉରେ ଅବକାରୀ ଏସଆଇ ନାରାୟଣ ବେହେରା,ଏସଆଇ ସ୍ୱୟଂପ୍ରଜ୍ଞା ସୁଭଦର୍ଶନୀ ନାଏକ, ଏଏସ୍‌ଆଇ ଲୋକନାଥ ପାତ୍ର, କର୍ମଚାରୀ- ସୁଶ୍ରୀ ସଂଗୀତା ସ୍ୱାଇଁ, ଫିରୋଜ ମହାନନ୍ଦିଆ, ବିଶ୍ୱଜିତ ମହାପାତ୍ର ଆଶିଷ କୁମାର ପ୍ରଧାନ, ଶେଖ ୱାରିସ ପ୍ରମୁଖ ସାମିଲ ଥିଲେ ।

hiranchal ad1
Leave A Reply

Your email address will not be published.

19 + 17 =