ରାମ ମନ୍ଦିର ପ୍ରାଗଣରେ ବିଶ୍ୱ ହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ପାଳିତ

0 135

କଣ୍ଟାବାଞ୍ଜି -କଣ୍ଟାବାଞ୍ଜି ରାମ ମନ୍ଦିର ପରିସରରେ ରବିବାର ସନ୍ଧ୍ୟା ୮ଟା ସମୟରେ ବିଶ୍ୱ ହିନ୍ଦୁ ପରିଷଦର ସ୍ଥାପନା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲା ସମ୍ପାଦକ କ୍ଷୀରସିନ୍ଧୁ ସାହୁ, ଓଡିଶା ପଶ୍ଚିମ ପ୍ରାନ୍ତ ସହ ସମ୍ପାଦକ ମୋହନ ଚରଣ ଦାସ, ଟିଟିଲାଗଡ଼ ଜିଲ୍ଲା ସଭାପତି ମୋହନ ଲାଲ ଶର୍ମା, ଧର୍ମାଚାର୍ଯ୍ୟ ସମ୍ପର୍କ ପ୍ରମୁଖ ସୁଦର୍ଶନ ଦାସ, ପ୍ରଶାର ପ୍ରମୁଖ କୈଳାଶ ସୋନି, ସାମାଜିକ ସମର ସତା ଟିଟିଲାଗଡ଼ ଜିଲ୍ଲା ବେଦବ୍ୟାଶ ଦାସ, ସହ କୋଷାଧ୍ୟକ୍ଷ ପବନ କୁମାର ଅଗ୍ରୱାଳ, କଣ୍ଟାବାଞ୍ଜି ନଗର ସଭାପତି କାହ୍ନୁ ଚରଣ ମିଶ୍ର, ସମ୍ପାଦକ ମୋହନ ସୋନି ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ସ୍ଥାପନା ଦିବସରେ ଭାରତୀୟ ସଂସ୍କୃତି, ହିନ୍ଦୁ ଧର୍ମ ରହିଲେ ହିଁ ଦେଶ ବଞ୍ଚି ରହିବ ବୋଲି ଆଲୋଚନା ହେବ ସହ ସମସ୍ତେ ସଂଗଠିତ ହୋଇ ରହିବା ପାଇଁ ଏହି ବିଶ୍ୱ ହିନ୍ଦୁ ପରିଷଦ ସ୍ଥାପନା ଦିବସରେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଅଶୋକ ଦାସ, ଗଣେଶ ଷଡଙ୍ଗୀ, ପ୍ରକାଶ ପଧାନ, ସତ୍ୟ ମିଶ୍ର, ପୁଷ୍ପକେତୁ ବେହେରା, ପପୁ ଜୁଏଡ଼, ରାଜେଶ ଆନିଆ ପ୍ରମୁଖ ଉପସ୍ଥିତ ରହିଥିଲେ । ପରେ ସମସ୍ତେ ମିଷ୍ଠାନ୍ନ ବଣ୍ଟନ କରି ଅତି ଉତ୍ସାହ ସହ ଦିବସ ପାଳିତ କରିଥିଲେ ।

hiranchal ad1
Leave A Reply

Your email address will not be published.

19 − 8 =