ଏଥର ଟ୍ରଫ ପିଚ୍‌ରେ ହେବ ଲାଲମନି କ୍ରିକେଟ ଟୁର୍ଣାମେଣ୍ଟ

0 165

ସୁବର୍ଣ୍ଣପୁର : କରୋନା ପାଇଁ ଦୀର୍ଘ ୨ବର୍ଷ ଧରି ବନ୍ଦ ଥିବା ଆନ୍ତଃରାଜ୍ୟ ଲାଲମନି କ୍ରିକେଟ ଟୁର୍ଣାମେଣ୍ଟ ଆସନ୍ତା ୨୦୨୩ ରେ ଅନୁଷ୍ଠିତ ହେବାପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଏଥିପାଇଁ ଗତକାଲି ଜିଲ୍ଲା କ୍ରିକେଟ ସଂଘ କାର୍ଯ୍ୟାଳୟଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜିଲ୍ଲା କ୍ରିକେଟ ସଂଘର ସଭାପତି ରାମଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ବିଗତ ଦୁଇବର୍ଷ କରୋନା ମହାମାରୀ ପାଇଁ ବନ୍ଦ ହୋଇଥିବା ଆନ୍ତଃ ରାଜ୍ୟ ଲାଳମନି କ୍ରିକେଟ ପ୍ରତିଯୋଗିତାକୁ ଚଳିତ ବର୍ଷ କିପରି ଅଧିକ ଆକର୍ଷଣୀୟ କରାଯାଇପାରିବ ସେଦିଗରେ ସଂଘର ବରିଷ୍ଠ ସଭ୍ୟମାନେ ମତାମତ ପ୍ରଦାନ କରିଥିଲେ । ଯେହେତୁ ଏହି ପ୍ରତିଯୋଗିତାକୁ ଜିଲ୍ଲା ତଥା ଜିଲ୍ଲା ବାହାରର ଲୋକମାନେ ବହୁତ ଉତ୍ସୁକତାର ସହିତ ଅପେକ୍ଷା କରିଥାନ୍ତି, ତେଣୁ ଏହା ସମସ୍ତଙ୍କ ପ୍ରଚେଷ୍ଟା ସହଯୋଗରେ କିପରି ଆହୁରି ଆକର୍ଷଣୀୟ କରାଯାଇ ପାରିବ ସେ ଦିଗରେ ଅଧିକ ଗୁରୁତ୍ୱ ଦେବାକୁ ସଂଘର ଉପସଭାପତି ବି.ସତ୍ୟନାରାୟଣ ରାଓ ମତ ବ୍ୟକ୍ତ କରିଥିଲେ । ଚଳିତ ବର୍ଷ ପ୍ରଥମ ଥର ପାଇଁ ଖେଳାଳିମାନେ ଟ୍ରଫପିଚ୍‌ରେ ଖେଳିବାକୁ ଥିବାରୁ ଦର୍ଶକ ଆହୁରି ଅନେକ ଭଲ ଭଲ ଖେଳାଳିଙ୍କ ଖେଳ ଦେଖିବାକୁ ସୁଯୋଗ ପାଇପାରିବେ ବୋଲି ଆଲୋଚନା କରାଯାଇଥିଲା । ପୂର୍ବରୁ ଏହି ପ୍ରତିଯୋଗିତା ଯେଉଁ ଭଳି ଭାବରେ ଅନୁଷ୍ଠିତ ହେଉଥିଲା ସମସ୍ତଙ୍କ ପ୍ରଚେଷ୍ଟାରେ ଆହୁରି ଉନ୍ନତ ଧରଣର ଆୟୋଜନ ହୋଇପାରିବ , ସେଥିପ୍ରତି ସମସ୍ତେ ଦୃଷ୍ଟି ଦେବାକୁ ସଂଘର ସାଧାରଣ ସଂପାଦକ ପ୍ରଦୀପ କୁମାର ସେଠି ସମସ୍ତଙ୍କୁ ଅନୁରୋଧ କରିଥିଲେ ତଥା ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭା ସାଙ୍ଗ କରିଥିଲେ ।

hiranchal ad1
Leave A Reply

Your email address will not be published.

ten − nine =