ଐତିହାସିକ ହର ଓ ହରି ପୀଠରୁ ଉଠିଲା ଚୈତ୍ର ଦଣ୍ଡ

0 41

ଜହ୍ନାପଙ୍କ : ଐତିହାସିକ ଗନ୍ଧରାଢୀ(ଚାରିଶମ୍ଭୁ) ପୀଠ ହର ଓ ହରି ମନ୍ଦିରରୁ ଗୁରୁବାର ମଧ୍ୟରାତିରୁ ଚୈତ୍ର ଦଣ୍ଡ ଉଠିଛି । ସିଦେ୍ଧଶ୍ୱର, ଜାଗେଶ୍ୱର, କପିଳେସ୍ୱର, ପଶ୍ଚିମ ସୋମନାଥ, ବିଷ୍ଣୁ, ଶ୍ୟାମା କାଳୀ, ଭଦ୍ରକାଳୀଙ୍କ ଠାରେ ରୀତିନୀତି ପୂଜାକାନ୍ତି ପରେ ଦଣ୍ଡ ଉଠିଥିଲା । ଆଜି ମନ୍ଦିର ପରିସରରୁ ଠାକୁର ବାହାରି ଜଗତି ଗ୍ରାମ ପରିକ୍ରମା କରିବା ସହିତ ବନ୍ଦାଣ ଘେନିଥିଲେ । ଏହି ଦଣ୍ଡଯାତ୍ରା ୧୩ ଭୂକତାଙ୍କୁ ନେଇ ହୋଇଥାଏ । ଏହି ୧୩ ଭୁକ୍ତା ଦିନ ସାରା ନିର୍ଜଳା ଉପବାସ ରହି ନିଷ୍ଠା ଓ କାଷ୍ଠାର ସହିତ ରହନ୍ତି । ରାତିରେ ଭୋଗ ଲାଗିଲା ପରେ ଅନ୍ନଭୋଜନ କରିଥାନ୍ତି । ଏହି ପରି ଗୋଟିଏ ଗାଁ ପରେ ଆଉ ଗୋଟିଏ ଗାଁ ବୁଲନ୍ତି । ଏହିପରି ୨୧ ଦିନ ବୁଲିଲା ପରେ ମେରୁ ସଂକ୍ରାନ୍ତି ଦିନ ଏହି ଦଣ୍ଡଯାତ୍ରା ଉଦଯାପିତ ହୁଏ । ଯାହାକୁ ଆଞ୍ଚଳିକ ଭାଷାରେ ମେରୁଯାତ୍ରା ବୋଲି କହନ୍ତି । ତେବେ ଚାରିଶମ୍ଭୁର ଦଣ୍ଡ ଯାତ୍ରା ସର୍ବ ପୁରାତନ । ରାଜା ରାଜୁଡା ସମୟରୁ ଦୀର୍ଘ ୮୦ ବର୍ଷ ହେଲା ଏହି ଦଣ୍ଡଯାତ୍ରା ହୋଇ ଆସୁଅଛି । ପୂର୍ବରୁ ୰ ଅନନ୍ତ ଗୁରୁଙ୍କ ତତ୍ତ୍ୱାବଧାନରେ ଏହି ଦଣ୍ଡ ପରିଚାଳିତ ହେଉଥିଲା । ବର୍ତ୍ତମାନ ଏହା ଚତୁର୍ଭୁଜ ଖମାରିଙ୍କ ଦ୍ୱାରା ପରିଚାଳିତ ହେଉଛି । ତେବେ ଆଉ ଏକ ଦଣ୍ଡ ଜଗତି ଗ୍ରାମବାସୀଙ୍କ ଦ୍ୱାରା ପଶ୍ଚିମ ସୋମନାଥ ପୀଠରୁ ୨୨ ତାରିଖରେ ଉଠିଛି । ଏହାକୁ ରଙ୍ଗନା କ୍ଷେତୀ ପରିଚାଳନା କରୁଥିବା ବେଳେ ଜଗତି ଗ୍ରାମବାସୀ ସହଯୋଗ କରୁଛନ୍ତି ।

hiranchal ad1
Leave A Reply

Your email address will not be published.

three × three =