ସଡକ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

0 227

ପାଟଣାଗଡ଼: ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ସ୍ଥିତ ଅନାଥ ଆଶ୍ରମ ନିକଟରେ ରାସ୍ତାରେ ଗତକାଲି ରାତିରେ ଏକ ସଡକ ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣାରେଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ଭିମଭୋଇ ଓ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବେଲପଡା ଥାନା ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବାଇକ୍‌ ଯୋଗେ ଧୂମାଭଟା ଗାଁରୁ ନାମ ଯଜ୍ଞ ଦେଖି ଫେରୁଥିବାବେଳେ ସଡ଼କ ଦୁର୍ଘଟଣା ହୋଇଥିଲା । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଜଣେ ଗୁରୁତର ଆହତ ହୋଇଥିଲେ । ମୃତକ ଜଣକ ହେଲେ ମୁରିବାହାଲ ଥାନା ସର୍ଗୁଲ ଗାଁର ବିକାଶ ଥପା (୨୨) , ତାଙ୍କ ଭାଇ ଜଗା ଥପା ( ୧୬) ଓ ଅନ୍ୟ ଜଣେ ସଇତଲା ଥାନା କଷ୍ଟାପାଲି ସିଂହନାଥ ଗ୍ରାମର ପିଙ୍କୁ ଛତ୍ରିଆ । ଆହତମାନଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡ଼ାକ୍ତରଖାନା ଆଣିଥିଲେ । ଜଗା ଓ ପିଙ୍କଙ୍କ ଅବସ୍ଥା ଗୁରୁତର ହେବାରୁ ବଲାଙ୍ଗୀର ଭୀମଭୋଇ ଡାକ୍ତରଖାନାକୁ ପଠାଇ ଦିଆଯାଇଛି । ସେଠାରେ ଜଗାର ଅବସ୍ଥା ଆହୁରି ଗୁରୁତର ହେବାରୁ ବୁର୍ଲା ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି । ଥାନାରେ ଏକ ମାମଲା ରୁଜୁ କରାଯାଇଛି । ପୁଲିସ ଘଟଣାର ତଦନ୍ତ କରୁଛନ୍ତି । ଆଜି ଶବ ବ୍ୟବଚ୍ଛେଦ ପରେ ପରିବାରବର୍ଗ ହସ୍ତାନ୍ତର କରାଯାଇଛି ।

hiranchal ad1
Leave A Reply

Your email address will not be published.

one × 4 =