ଶ୍ରୀମନ୍ଦିରରେ ଶାଢ଼ୀବନ୍ଧା ପରମ୍ପରା

0 78

ପୁରୀ: ଶ୍ରୀମନ୍ଦିରରେ ରହିଛି ଅନେକ ପରମ୍ପରା । ଏଥି ମଧ୍ୟରୁ ଶାଢ଼ୀବନ୍ଧା ପରମ୍ପରା ଅନ୍ୟତମ । ବିଶେଷ କରି ବ୍ରାହ୍ମଣ ସେବକ ମାନେ ମହାପ୍ରଭୁଙ୍କ ନିକଟରେ ଶାଢୀ ବନ୍ଧାଇବା ପରେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ପାଳିଆ ସେବକ ଭାବେ ପରିଗଣିତ ହୋଇଥାନ୍ତି । ଯାହାକି ଏକ ଅନନ୍ୟ ପରମ୍ପରା । ଅନ୍ୟ କୌଣସି ମନ୍ଦିରରେ ଏହି ପରମ୍ପରା ଦେଖିବାକୁ ମିଳି ନ ଥାଏ । ସେବକ କୂଳ ଜନ୍ମ୍‌ ହୋଇଥିଲେ ମଧ୍ୟ କେତେକ ନିର୍ଦ୍ଦିଷ୍ଟ ସେବାୟତ ମହାପ୍ରଭୁଙ୍କ ନିକଟରେ ଶାଢୀ ନ ବନ୍ଧାଇଲେ ସେବା ପୂଜା ପାଇଁ ପାଳି ଖଟି ପାରିବେ ନାହିଁ । କେଉଁ ଆବାହାମାନ କାଳରୁ ଏହି ପରମ୍ପରା ପ୍ରଚଳିତ ହୋଇ ଆସିଛି । ଏହି କ୍ରମରେ ଯୁବ ସେବାୟତ ରାଜ୍‌ ନାରାୟଣ ଖୁଣ୍ଟିଆ ଆଜି ନିଜର ଶାଢୀ ବନ୍ଧେଇଛନ୍ତି । ଶ୍ରୀ ମନ୍ଦିରରେ ପାଟଯୋଶୀ ମହାପାତ୍ର ଏହି ଶାଢୀ ବନ୍ଧେଇ ଛନ୍ତି ଯୁବ ସେବାୟତ ରାଜ୍‌ ନାରାୟଣ ଖୁଣ୍ଟିଆଙ୍କୁ । ଆଜି ଠାରୁ ସେ ମହାପ୍ରଭୁଙ୍କ ସେବା ପାଇଁ ପାଳିଆ ସେବାୟତ ଭାବେ ପରିଗଣିତ ହୋଇଛନ୍ତି ।

hiring

ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ସେ ଏହି ଶାଢୀ ବନ୍ଧା ଉତ୍ସବରେ ସାମିଲ ହୋଇ ଥିଲେ । ପରେ ମହାପ୍ରଭୁଙ୍କ ଫୁଲଆଣି ଘରେ ପାରମ୍ପରିକ ପୂଜାର୍ଚ୍ଚନା କରିଥିଲେ । ବରିଷ୍ଠ ସେବାୟତଙ୍କ ଉପସ୍ଥିତିରେ ରହି ପରମ୍ପରା ଅନୁଷ୍ଠିତ ହୋଇଥିଲା । ଯୁବ ସେବାୟତ ରାଜ୍‌ ନାରାୟଣ ଖୁଣ୍ଟିଆ ଆଜି ଠାରୁ ମହାପ୍ରଭୁଙ୍କ ହଡ଼ପ ଓ ଗରାବଡୁ ସେବା କାର୍ଯ୍ୟ କରିବେ । ତେବେ ଶାଢୀ ବନ୍ଧାଇବା ପରେ ବେଶ୍‌ ଖୁସି ହୋଇଛନ୍ତି ଯୁବ ସେବାୟତ ରାଜ୍‌ ନାରାୟଣ ଖୁଣ୍ଟିଆ । ସେ ସେବକ କୂଳରେ ଜନ୍ମ୍‌ ହୋଇ ବେଶ୍‌ ଗର୍ବିତ । ମହାପ୍ରଭୁଙ୍କ ସେବା ପାଇଁ ସେ ଏହି ଦିନକୁ ଅପେକ୍ଷା କରିଥଲେ ବୋଲି ସେ କହିଛନ୍ତି । ତେବେ ଶ୍ରୀ ମନ୍ଦିରରେ ଶାଢୀ ବନ୍ଧା ସେବକ ଥିବା ବେଳେ ଅଶାଢ଼ୀ ବନ୍ଧା ସେବକ ମଧ୍ୟ ରହିଛନ୍ତି । ତେବେ ବଡ କଥା ହେଉଚି ଶ୍ରୀ ମନ୍ଦିର ପରମ୍ପରା ଅନୁଯାୟୀ କେବଳ ଶାଢୀ ବନ୍ଧେଇ ଥିବା ସେବକ ଶ୍ରୀମନ୍ଦିରର ନିଷିଦ୍ଧ ଅଞ୍ଚଳକୁ ଯାଇ ପାରିବେ । ମହାପ୍ରଭୁଙ୍କ ଭୋଗ ଲାଗିବା ସମୟ, ମହାସ୍ନାନ ସମୟରେ କେବଳ ଶାଢୀ ବନ୍ଧା ସେବକ ମାନେ ପ୍ରବେଶ କରିପାରିବେ । ତେବେ ମହା ନାୟକ ମାନଙ୍କୁ ଗଜପତି ମହାରାଜା ଶାଢୀ ବନ୍ଧାଇ ଥାନ୍ତି । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସେବା ଯେଭଳି ଅନନ୍ୟ ପରମ୍ପରା ମଧ୍ୟ ସେତିକି ଭିନ୍ନ । ଯାହାକି ଅନ୍ୟ କୌଣସି ଦେବାଦେବୀ ମନ୍ଦିରରେ ଏହି ପରମ୍ପରା ନାହିଁ ।

hiranchal ad1
Leave A Reply

Your email address will not be published.

one × three =